ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗ ପାଇଁ ଗୌରବ ଆଣିଛନ୍ତି ଛାତ୍ର ଟୁନା ମେହେର। ସେ ଇତିହାସ ବିଷୟରେ ସ୍ନାତକ ପଢୁଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ସ୍ନାତକ ବିଭାଗର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଟୁନା ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରୁ ନବମ ସ୍ଥାନ ଅଧିକାର କରିଛନ୍ତି। ସେ ଏହି ପରୀକ୍ଷାରେ ଶତକଡା ୭୭.୮୦ ନମ୍ବର ରଖିଛନ୍ତି ।
ସୂଚନାଯୋଗ୍ୟ, ବୀରମହାରାଜପୁର କଲେଜ ୧୯୮୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି କଲେଜରୁ ଇତିହାସ ବିଭାଗର କୌଣସି ଛାତ୍ର ଏପରି ସଫଳତା ହାସଲ କରିନଥିଲେ। ଟୁନା ମେହେର ପ୍ରଥମ ଛାତ୍ର ଭାବରେ ଏହି ସଫଳତା ଆଣିଛନ୍ତି କଲେଜ ପାଇଁ। ସେ ହେଉଛନ୍ତି ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ମହେଶ୍ୱର ମେହେର ଓ ଆରତି ମେହେରଙ୍କ ସୁପୁତ୍ର।
ଜଣେ ଗରିବ ବୁଣାକାର ପରିବାରରୁ ଆସିଥିଲେ ମଧ୍ୟ ଛୋଟ ସମୟରୁ ମେଧାବୀ ଛାତ୍ର ଭାବରେ ବୀରମହାରାଜପୁର ଅଞ୍ଚଳରେ ପରିଚିତ। ବିଭିନ୍ନ ପ୍ରତିଯୋଗିତା ଯଥା ସାଧାରଣଜ୍ଞାନ, ଇଂରାଜୀ ବିତର୍କ, ଓଡ଼ିଆ ବିତର୍କ ରେ ପ୍ରଥମ ସ୍ଥାନ ଅଧିକାର କରି ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅଧିକାର କରି ଅନେକ ଥର ପୁରସ୍କୃତ ହୋଇଛନ୍ତି। ଏହି ସଫଳତର ଶ୍ରେୟ ତାଙ୍କ ବାପା-ମା’ ଙ୍କ ଆଶୀର୍ବାଦ ଓ କଲେଜର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ହିମାଂଶୁ ଶେଖର ପାଢ଼ୀ ଓ ଅଧ୍ୟାପିକା ବନ୍ଦିତା ବିଶ୍ୱାଳଙ୍କ ଦିଗଦର୍ଶନ ଓ ପରାମର୍ଶ ଏହି ସଫଳତା ଆଣିଦେଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି। ଆଗକୁ ଇତିହାସ ବିଭାଗର ପାଠ ପଢିବାସହ ଇତିହାସ ବିଭାଗର ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଓଡ଼ିଶାର ଐତିହାସିକ ର୍କିତିରାଜି ଉପରେ ଗବେଷଣା କରିବେ ବୋଲି ଆମ ପ୍ରତିନିଧି ଯୁଗଳ ମିଶ୍ରଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/5ab24aa0-4616-4ea4-a068-165ed51b272e.jpg)