ଦନ୍ତା ହାତୀର ମୃତ୍ୟୁ, ଦାନ୍ତ କାଟିନେଲେ ଶିକାରୀ

ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ବନ କର୍ମଚାରୀଙ୍କ ଉପରକୁ ଚଳାଇଲେ ଗୁଳି

Odisha Tri-N

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାର ମୃତ୍ୟୁ ପରେ ଶିକାରୀମାନେ ୨ଟି ଦାନ୍ତ କାଟି ନେଇଥବା ମଙ୍ଗଳବାର ଜଣାପଡ଼ିଛି। ଉଲୁଣ୍ଡା ରେଞ୍ଜର କୋଟସମଲାଇ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଲି ଜଙ୍ଗଲରେ ଏହି ଘଟଣା ଘଟିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାତୀକୁ ମାରିବା ପାଇଁ ଶିକାୀମାନେ ବିଦ୍ୟୁତ ତାର ବିଛାଇ ଥିଲେ। ଜୀବନ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହେବା ପରେ କୌଶଳକ୍ରମେ ଶିକାରୀମାନେ ୨ଟି ଦାନ୍ତ ମଧ୍ୟ କାଟି ନେଇଛନ୍ତି । ସୂଚନା ମିଳିବା ପରେ ଆଜି ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି। ପୋଷ୍ଟମର୍ଟମ ପରେ ହାତୀର ମୃତଦେହ ମାଟିରେ ପୋତି ଦିଆଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ବନ ଅଧିକାରୀ ସୁଶାନ୍ତ ସାମନ୍ତରାୟ କହିଛନ୍ତି, ପ୍ରାୟ ୫ ରୁ ୬ ଦିନ ପୂର୍ବରୁ ଦନ୍ତାର ମୃତ୍ୟୁ ହୋଇଛି। ଶିକାରୀମାନେ ଦାନ୍ତ ନେବା ଉଦେଶ୍ୟରେ ଦନ୍ତାକୁ ବିଦ୍ୟୁତ ତାର ଦ୍ୱାରା ମାରି ଥାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe