ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ହଳଦା ଗ୍ରାମର ଖଡଖାଇ ନଦୀକୂଳରେ ଅବସ୍ଥିତ ଚାକଦରଗଣ୍ଡ ପାଖରେ ଚାକଦର ଟୁସୁ ପରବ କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ମକରମେଳା ଅନୁଷ୍ଠିତ ହୋଇଯାଇଛି। ମକରସଂକ୍ରାନ୍ତି ଦିନ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଏହି ମକରମେଳା ଉତ୍ସବ ଆଜକୁ ୨୦୦୨ ମସିହାରୁ ପୁରସ୍କାର ଭିତ୍ତିରେ ୨୨ ବର୍ଷ ଧରି ବଡ଼ ଧୁମଧାମରେ ପାଳିତ ହୋଇଆସୁଅଛି। ହଳଦା ଗ୍ରାମପଞ୍ଚାୟତ ସମେତ ରାଇରଙ୍ଗପୁର ସହର ଆଖପାଖ ଗାଁ ମାନଙ୍କରୁ ଶହଶହ ଲୋକଙ୍କ ଜନସମାଗମ ଏହି ମେଳାରେ ହୋଇଥାଏ।
Advertisment
ଚାକଦର ଟୁସୁ ପରବ କମିଟିର ପ୍ରତିଷ୍ଠାତା ସଦସ୍ୟ ମନୋଜ କୁମାର ମହାନ୍ତଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ଏହି ମକରମେଳା କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ସଙ୍ଗଠିତ ଭାବେ ମିଳିତ ହୋଇ ଏଇଭଳି ଭବ୍ୟ ମକରମେଳା ଆୟୋଜନର ଭୁରିଭୁରି ପ୍ରଶଂସା କରିଥିଲେ  ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଯୋଗଦେଇ ମକରମେଳାର ଆୟୋଜନ ପରସ୍ପର ଭିତରେ ଭାଇଚାରାର ସମ୍ପର୍କକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ତୁଲାଇଥାଏ ବୋଲି ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଅନ୍ୟତମ ଅତିଥି ଭାବେ ହଳଦା ସରପଞ୍ଚ ପ୍ରଭାସ ରଞ୍ଜନ ହାଁସଦା ଏବଂ ନାଏବ ସରପଞ୍ଚ ସତ୍ୟବତୀ ମହାନ୍ତ ଯୋଗଦେଇ ଆୟୋଜକଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ ଗୋପ୍ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଚାକଦର ଟୁସୁ ପରବ କମିଟିର ଉପସଭାପତି ସନ୍ତୋଷ କୈବର୍ତ୍ତ, ସମ୍ପାଦକ ତପନ ଗୋପ୍, ସହସମ୍ପାଦକ ସୁମିତ ଦାସ ଙ୍କ ସହିତ କମିଟିର ସକ୍ରିୟ କର୍ମକର୍ତ୍ତା ପଙ୍କଜ ମହାନ୍ତ, ମୁକେଶ ମହାନ୍ତ, ରାଜେଶ ମହାନ୍ତ, ରବୀନ୍ଦ୍ର ଦାସ, ଭାଗିରଥି ଗୋପ୍, ବାପି ସେଠୀ, ବିଶୁ ଗୋପ୍, ହିତେଶ ସେଠୀ, ଦିପୁ ଗୋପ୍, ପିଣ୍ଟୁ କୈବର୍ତ୍ତ, ଆଦିତ୍ୟ ସେଠୀ, ଶୁଭମ କୈବର୍ତ୍ତ, ସୁମିତ କୈବର୍ତ୍ତ, ରାଜେଶ ମହାନ୍ତ, ମନୋରଞ୍ଜନ ମହାନ୍ତ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ମକରମେଳା ଟୁସୁ ପରବ ସଫଳ ହୋଇଥିଲା।