ରାଇରଙ୍ଗପୁର: ରାଇରଙ୍ଗପୁର ନିକଟସ୍ଥ ହଳଦା ଗ୍ରାମରେ ଚାକଦର ମକର ମେଳା ଟୁସୁ ମେଳା ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ୍ଜର ଗଣପର୍ବ ମକର ପର୍ବ । ପଲ୍ଲୀରୁ ସହର ସବୁଠି ଚଳଚଞ୍ଚଳ ପର୍ବର ମାହୋଲ ସବୁଯାଗାରେ  ରହିଛି।

Advertisment

ଏହି ଅବସରରେ ହଳଦା ଗ୍ରାମଦେଇ ବହିଯାଇଥିବା ଖଡ଼ଖାଇ ନଦୀର ଅବବାହିକାରେ ଚାକଦର ଗଣ୍ଡ ଅବସ୍ଥିତ । ଶହଶହ ବର୍ଷ ପୂର୍ବରୁ  ଚାକଦର ଗଣ୍ଡରେ ଅନୁଷ୍ଠିତ ହୋଇଆସୁଛି ଏହି ଟୁସୁ ସଂସ୍କୃତିର ପର୍ବ । ପରବର୍ତ୍ତୀ ସମୟରେ ଗ୍ରାମର କିଛି ସଂସ୍କୃତି ପରମ୍ପରା ପ୍ରେମୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁରସ୍କାର ଭିତ୍ତିରେ ୨୦୦୨ ମସିହାରୁ ଆରମ୍ଭ ହୋଇଆସିଛି  ଏହି ଚାକଦର ଟୁସୁ ପରବ।

ଚଳିତ ବର୍ଷ  ଏହା ୨୪ ବର୍ଷରେ ପଦାର୍ପଣ କରିଥିବା ମକରମେଳାରେ ୧୧ଟି ଟୁସୁ ଦଳ ପ୍ରତିଯୋଗିତାରେ ଭାଗନେଇଥିଲେ। ତନ୍ମଧ୍ୟରୁ ଗୋପିନାଥପୁର ଟୁସୁଦଳ ପ୍ରଥମ ସ୍ଥାନ, ବର୍ଗିଡ଼ିହି ଟୁସୁଦଳ ଦ୍ଵିତୀୟ ଏବଂ ଗୋଳମୁଣ୍ଢା ଟୁସୁଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଅନ୍ୟାନ୍ୟ ଟୁସୁଦଳ କାର୍ଗିଲ ହାଟଵାଦଡା,କୁଦରସାହି ଟୁସୁଦଳ, ପାଣ୍ଡରଶିଳା ଟୁସୁଦଳ,ତିଳପୋଷି ଟୁସୁଦଳ, ଡାହାଣୀମାରୀ ଟୁସୁଦଳ, ବଡବାଇକଳା ଟୁସୁଦଳ,ବନ୍ଧସାହି ଟୁସୁଦଳ, ସାମିଲ ହୋଇ ସାନ୍ତନାମୂଳକ ପୁରସ୍କାର ଗ୍ରହଣ କରିଥିଲେ । ଚାକଦର ଟୁସୁପରବ କମିଟିର ସଂଯୋଜକ ମନୋଜ ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ସଭାପତି ଜଗନ୍ନାଥ ଗୋପାଳ ପୁରସ୍କାର ବିତରଣୀ ସଭାର ସଭାପତିତ୍ୱ କରି ଟୁସୁ ସଂସ୍କୃତି ଉପରେ ନିଜର ମତାମତ ରଖିଥିଲେ ।

ମୁଖ୍ୟବକ୍ତା ଭାବେ ଲଳିତ ମହାନ୍ତ ଯୋଗଦେଇ ଟୁସୁ ସଂସ୍କୃତି କିପରି ଗ୍ରାମାଞ୍ଚଳରେ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିପାରିଛି ତା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ହଳଦା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ସତ୍ୟବତୀ ମହାନ୍ତ ଉପସ୍ଥିତ ଥିଲେ। ଉପସଭାପତି ସନ୍ତୋଷ ଗୋପ, ସନ୍ତୋଷ କୈବର୍ତ୍ତ, ସମ୍ପାଦକ ଉତ୍ତମ ଗୋପ, ସୁମିତ ଦାସ, ରାଜେଶ ମହାନ୍ତ,ମୁକେଶ ଗୋପ, ତପନ ଗୋପ, ଅଶେଶ୍ଵର ସେଠୀ,ଆଦିତ୍ୟ ସେଠୀ, ଇତେଶ ସେଠୀ,ଅଙ୍କୁଶ ଗୋପ, ସୁକେଶ ମହାନ୍ତ,ବିଶୁ ଗୋପ, ଅସୀତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । 

ଅଧିକ ପଢ଼ନ୍ତୁ: ୭ ନକ୍ସଲ ଗିରଫ

ସେହିପରି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବାମନଘାଟୀ ଉପଖଣ୍ଡର ସର୍ବପୁରାତନ ଟୁସୁ ମେଳା ରାଇରଙ୍ଗପୁର ବ୍ଲକ୍ର ଗୋରୁମହିଷାଣୀ ନିକଟସ୍ଥ ଜାମବଣୀ-ନାଉପଡାର ଟମକିଆ ଟୁସୁମେଳା ଆୟୋଜିତ ହୋଇଯାଇଛି ।

ଟମକିଆ ନଦୀ କୂଳରେ ୧୫୦ ବର୍ଷରୁ ଅଧିକ ହେବ ଏହି ଟୁସୁମେଳା ହୋଇଆସୁଛି । ଟୁସୁମେଳା କମିଟିର ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ତୁଲାଇଥିଲେ  । ଏଥିରେ  ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ ।

ଟୁସୁମେଳାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବ୍ଲକ୍ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ପ୍ରଥମ ପୁରସ୍କାର କୁକୁଡ଼ିମୁଣ୍ଡି ଟୁସୁ ଦଳ,ଦ୍ୱିତୀୟ  କର୍ଲାବଣୀ, ତୃତୀୟ ଜାରିହିଲ୍ ଏବଂ ଅନ୍ୟ ଟୁସୁଦଳକୁ ସାନ୍ତନା ମୂଳକ ପୁରସ୍କାର ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି