ରସିକିଆ ଟ୍ୟୁସନ ମାଷ୍ଟରଙ୍କ କଳାକାରନାମା, ବିବାହ ପ୍ରତିଶ୍ରୁତି ଦେଇ ମାକୁ ଦୁଷ୍କର୍ମ

କୋରାପୁଟ: ରସିକିଆ ଟ୍ୟୁସନ ମାଷ୍ଟରଙ୍କ କଳାକାରନାମା। ଝିଅକୁ ଟ୍ୟୁସନ ପଢାଇବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି। ଏନେଇ ମହିଳା ଜଣକ କୋରାପୁଟ ଟାଉନ ଥାନାରେ ଅଭିଯୋଗ ଦେଇଥିବାବେଳେ ପୁଲିସ ଉକ୍ତ ରସିକିଆ ଟ୍ୟୁସନ ମାଷ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଗିରଫ ହୋଇଥିବା ଟ୍ୟୁସନ ମାଷ୍ଟର ଜଣକ ହେଲେ ପୂଜାରୀପୁଟ ଅନ୍ତର୍ଗତ ଆଦିତ୍ୟ ନଗରର ଯୋଗେନ୍ଦ୍ର ଚୌଧୁରୀ(୩୫)। ଘଟଣାକୁ ନେଇ କୋରାପୁଟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଅଶୋକ ନଗର ଅନ୍ତର୍ଗତ ଜଣେ ମହିଳାଙ୍କ ଘରକୁ ଟ୍ୟୁସନ ପଢାଇବାକୁ ଆସୁଥିଲେ ଯୋଗେନ୍ଦ୍ର। ଏହି ସମୟରେ ସ୍ବାମୀ ଘରେ ରହୁ ନ ଥିବାରୁ ରୀତା(ଛଦ୍ମନାମ)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା। ପରେ ଉଭୟ ସେମିଳିଗୁଡା ସହ ଅନ୍ୟସ୍ଥାନକୁ ବୁଲାବୁଲି କରିବା ସହ ଶାରୀରିକ ସମ୍ପର୍କ ବୃଦ୍ଧି ପାଇଥିଲା। ବିବାହ କରିବାକୁ କହି ଯୋଗେନ୍ଦ୍ର ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଆଜି ଥାନାରେ ମାମଲା ହୋଇଛି। ପୁଲିସ ଅଭିଯୋଗକୁ ଗ୍ରହଣ କରି ୨୪/୨୧ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର