ମାଲକାନଗିରି: ମାଲକାନଗିରି ଉଦୁଲିବେଡା ଜାତୀୟ ରାଜପଥ କଡରେ ସନ୍ଦିଗ୍ଧ ଅବସ୍ଥାରେ ଏକ ଟିଭି ଭିତରେ ବୋମା ଥିବା ନେଇ ଆତଙ୍କ ଖେଳି ଯାଇଥିଲା। ତେବେ ରାସ୍ତା କଡ଼ରେ ଏହି ବୋମା ଥିବା ସନ୍ଦେହ କରି ବିଏସଏଫ ଯବାନମାନେ ତନାଘନା ଆରମ୍ଭ କରଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମାଥିଲି ଥାନା ଉଦୁଲିବେଡା ଅର୍ନ୍ତଗତ ମୁଦୁଲିବେଡା ଗାଁରେ ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ରଖାଯାଇଥିବା ଦେଖିବାକୁ ମିଳିଥିଲା । ବିଏସ୍ଏଫ୍ ଟିମଙ୍କୁ ଏ ନେଇ ସୂଚନା ଦିଆ ଯାଇଥିଲା। ଏହାପରେ ବିଏସ୍ଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନଟିକୁ କର୍ଡନ କରି ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହା ମାଓବାଦୀଙ୍କ ଯୋଜନା ହୋଇଥାଇପାରେ ସନ୍ଦେହ କରି ଏପରି ବିସ୍ଫୋରଣ କରିଥିବା ଜଣାପଡ଼ିଛି। କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗରେ ବିସ୍ଫୋରଣ ହୋଇଥିଲା । ତେଣୁ ଏହି ଘଟଣାକୁ ବିଏସଏଫ ଯବାନ ଅତି ଗୁରୁତର ସହ ନେଇଥିଲେ ।