ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୨୧ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି: ମାଲକାନଗିରି ସଦର ମହକୁମା କୁମୁଟିଗୁଡାସ୍ଥିତ ସତ୍ୟସାଇ ସେବା କେନ୍ଦ୍ର ପରିସରରେ ସତ୍ୟସାଇ ସେବା ସମିତି ଏବଂ ଆମ ଓଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ନବମୀ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ସାଇ ଭକ୍ତ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିଥିଲେ। ପ୍ରତ୍ୟେକ ବର୍ଷ ମାର୍ଚ ଏବଂ ଏପ୍ରିଲ ମାସରେ ସତ୍ୟସାଇ ସେବା କେନ୍ଦ୍ର ତରଫରୁ ଜିଲ୍ଲାର ବିଭିନ୍ନ ସତ୍ୟସାଇ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅମୃତ ବିନ୍ଦୁ ନାମରେ ଆୟୋଜିତ କରାଯାଏ।ଚଳିତବର୍ଷ ଚିତ୍ରକୋଣ୍ଡା, ମାଥିଲି, ବାଲିମେଳା, ମାଥିଲି ଇତ୍ୟାଦି ସ୍ଥାନରେ ରକ୍ତଦାନ ଅନୁଷ୍ଠିତ ହୋଇସାରିଛି।

Sambad

ରକ୍ତଦାନ କାର୍ଯ୍ୟକ୍ରମରେ ସତ୍ୟ ସାଇ ସେବା କେନ୍ଦ୍ରର ଆବାହକ କେ.ଗୋପାଲ ରାଓ, ସେବା ସଂଯୋଜକ ଜୟଦେବ ରାଉଳ, ଯୁବ ସଂଯୋଜକ ମନିଷ କୁମାର ଦୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି କୁହାଯାଇଛି। ଏହି ରକ୍ତଦାନ ଶିବିରରେ ରକ୍ତଦାତା ମାନେ ହେଲେ ଡି. ଶ୍ରୀନିବାସ ରାଓ, କମଳାକାନ୍ତ ରାଉତ, ବିପ୍ରଜିତ ମଲ୍ଲ, ଜି. ପ୍ରକାଶ ରାଓ, ଲିଲାବତୀ ଆଚାର୍ଯ୍ୟ, ରତ୍ନାକର ମିଶ୍ର, ସୌରଭ ସୁରାନା, ପ୍ରଳୟ ରଞ୍ଜନ ରାଉଳ, ବିନୟ ଭୁଷଣ ସାହୁ, ସୌରଭ କିର୍ତ୍ତନିଆ, ସ୍ବାଗତିକା ଶତପଥୀ, ଜି. ନୀଳକଣ୍ଠ ରାଓ, ସାଗର ଶତପଥୀ, ରୂପକ କୁମାର ମହାନ୍ତି, କେ. ଚକ୍ରବର ରାଓ, ସିଏଚ୍‌. ଅଜିତ ପାତ୍ର, ସରୋଜ କୁମାର ପାତ୍ର, ଅଂଶୁମାନ ମହାନ୍ତି, ଲିକି ନାହକ, ସୁନିଲ କୁମାର ନାୟକ, ମନିଷ କୁମାର ଦୟା।ଏହି ରକ୍ତ ସଂଗ୍ରହ ସମୟରେ ରକ୍ତ ଭଣ୍ଡାରର ସୁଜଲ ରାୟ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର