ଗଞ୍ଜାମ/ଖୋର୍ଦ୍ଧା/କେନ୍ଦ୍ରାପଡ଼ା/ପୁରୀ: ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନ ବଡ଼ ନିଷ୍ପତ୍ତି ଜାରି କରିଛନ୍ତି। ମାରାତ୍ମକ କରୋନାଭାଇରସ୍‌ ମୁକାବିଲା ପାଇଁ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଲଗାଯାଇଛି। ତେବେ ପ୍ରତିବର୍ଷ ଦଣ୍ଡ ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାଆନ୍ତି। କିନ୍ତୁ ଚଳିତଥର ଏଠାରେ ମୁଣ୍ଡନକୁ ନିଷିଦ୍ଧ କରାଯିବା ସହିତ ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ନଆସିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିବା ସହିତ ଏହି ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟଲୋକ ହିଁ ପୂଜା କରି ପାରିବେ ବୋଲି ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

Advertisment

Image result for dandayatra YouTube

ଏପଟେ କେନ୍ଦ୍ରାପଡ଼ାରେ ବି ସମସ୍ତ ଯାତ୍ରା ପରିବେଷଣ ଉପରେ କଟକଣା ଲଗାଯାଇଛି। ମାର୍ଚ୍ଚ ୩୧ଯାଏଁ ଜିଲ୍ଲାର କୌଣସି ସ୍ଥାନରେ ଯାତ୍ରା ପରିବେଷଣ କରାଯାଇ ପାରିବ ନାହିଁ। କରୋନା ମହାମାରୀର ମୁକାବିଲା ପାଇଁ ଉପ-ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି।

କେବଳ ଏତିକି ନୁହେଁ, ଖୋର୍ଦ୍ଧା ଜିଲ୍ଲାପାଳ ବି କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୌଣସି ପ୍ରକାର ବଡ଼ଜନ ସମାଗମକୁ ବାରଣ କରିଛନ୍ତି। ଭୟଭୀତ ନହୋଇ ଆଡଭାଇଜରି ମାନି କାମ କଲେ କରୋନା ସଂକ୍ରମଣକୁ ନିଶ୍ଚୟ ଦୂର କରି ପାରିବା ବୋଲି ସରକାର କହିଛନ୍ତି। ଏପଟେ ଲିଙ୍ଗରାଜ ମନ୍ଦିରରେ ବି ସାନିଟାଇଜର୍‌ ନେଇ ଚିନ୍ତା କରାଯାଉଛି।

ଏଥିସହିତ କରୋନା ସଂକ୍ରମଣର ମୁକାବିଲ ପାଇଁ କୋଣାର୍କ ସମେତ ପୁରୀ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯିବା ସହିତ ଜିଲ୍ଲା ବାହାରର ପର୍ଯ୍ୟଟକ ପୁରୀକୁ ନଆସିବାକୁ ଜିଲ୍ଲାପାଳ ଆଜି ପରାମର୍ଶ ଦେଇଛନ୍ତି।