ମଇଁଷି ବୋଝେଇ ଗାଡି ଜବତ, ଦୁଇ ଗିରଫ

ଉମରକୋଟ: ଗତକାଲି ବିଳମ୍ବିତ ରାତିରେ ଉମରକୋଟ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସହରର ଡ଼ିଏନକେ ଛକସ୍ଥିତ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ (ଓଆର୨୪/୩୭୮୪)କୁ ସଂଦେହ କରି ଅଟକାଇ ଥିଲା । ଏହି ସମୟରେ ଟ୍ରକ୍‌ ଭିତରେ ୧୫ ମଇଁଷି ଥିବା ଦେଖିବାକୁ ଥିଲା। ପୁଲିସ ଗାଡ଼ି ଡ୍ରାଇଭରକୁ କେଉଁଠୁ ଆସିଲା ଓ କେଉଁଆଡେ ଯିବ ବୋଲି ପଚାରିଥିଲେ । କିନ୍ତୁ ଡ୍ରାଇଭର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।

ପୁଲିସ ଗାଡିଟିକୁ ଥାନାକୁ ନେଇ ସେଠାରୁ ଏକମ୍ବା ଧନପୁରସ୍ଥିତ ଗୋଶାଳାରେ ୧୫ ମଇଁଷିକୁ ନେଇ ଛାଡିଥିଲା ଓ ଗାଡିଟିକୁ ଜବତ କରିଥିଲା ପୁଲିସ ନିଜ ଆଡୁ ଏକ ମାମଲା ରୁଜୁକରି ଗାଡି ଚାଳକ ବିନୋଦ ନାୟକ ଓ ହେଲ୍‌ପର ପୂର୍ଣ୍ଣ ଟାକରିଙ୍କ ନାରେ ମୋକଦ୍ଧମା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଉଭୟଙ୍କୁ ଉମରକୋଟ ଜେଲ ପଠାଇ ଦିଆଯାଇଛି। ବର୍ତ୍ତମାନ ଗାଡ଼ି ଟିକୁ ଜବତ କରି ଥାନାରେ ରଖାଯାଇଛି। ଉମରକୋଟ ଥାନାର ସବ୍ ଇନସପେକ୍ଟର କୁଳଭୂଷଣ ନାୟକ ଘଟଣାର ତଦନ୍ତ ଭାର ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର