ଟ୍ରକ୍‌ରୁ ଡିଜେଲ୍‌ ଚୋରି ଅଭିଯୋଗରେ ୨ ଗିରଫ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୫୫ର ଗୋପାଳ ଢାବା ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‌ରୁ ଶୁକ୍ରବାର ରାତି ପ୍ରାୟ ୪ଟା ବେଳେ ଡିଜେଲ୍‌ ଚୋରି କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଖଇରମୁଣ୍ଡାର ଦେବରା ଦେହୁରୀଙ୍କ ପୁଅ ତ୍ରିନାଥ ଦେହୁରୀ (୨୧) ଓ ରାଜାମୁଣ୍ଡାର ପୀତାମ୍ବର ପ୍ରଧାନଙ୍କ ପୁଅ ସ୍ବାଧୀନ ପ୍ରଧାନ (୩୦)। ସେମାନଙ୍କ ନିକଟଣୁ ଏକ ପିକ୍‌ ଅପ୍‌ ଭ୍ୟାନ୍‌(ଓଡି-୧୫ଏମ୍‌-୬୦୫୪), ୪୦ ଲିଟର ଡିଜେଲ୍‌ ଭର୍ତ୍ତି ହେଇଥିବା ୨ ଜାର୍‌କିନ୍‌, ୨ଟି ଖାଲି ଜାରକିନ୍‌, ଗୋଟିଏ କାହାଳୀ ଲାଗିଥିବା ପାଇପ୍‌, ଗୋଟିଏ ବଡ଼ କାହାଳୀ, ବାଲ୍‌ଟି, ୨ଟି କଟ୍‌ପିସ୍‌ ପ୍ଲାଷ୍ଟିକ୍‌ ପାଇପ୍‌, ୪ଟି ରେଞ୍ଚ ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ଯୁଯୁମୁରା ଥାନା ଗଡ଼ଗଡ଼ ବାହାଲର ପ୍ରତୀପ ନେଟି ସେ ଚଳାଉଥିବା ଟ୍ରକ୍‌ (ଓଡି-୧୫ବି-୫୧୮୦)କୁ ଶନିବାର ରାତିରେ ଗୋପାଳ ଢାବା ନିକଟରେ ରଖି ଶୋଇଥିଲେ। ଭୋର ପ୍ରାୟ ୪ଟଶ ସମୟରେ ସେ ଉଠିବା ବେଳକୁ ୩ ଜଣ ଚୋର ଡିଜେଲ୍‌ ଚୋରି କରିବା ଉଦ୍ଦେଶ୍ୟରେ ଟ୍ରକ୍‌ ଡିଜେଲ୍‌ ଟ୍ୟାଙ୍କ୍‌ ଖୋଲିଥିଲେ। ଏହା ଜାଣିବା ପରେ ସେ ସଙ୍ଗେ ସଙ୍ଗେ ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର