ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି-କୁଅଁରବଗା ରାସ୍ତାରେ ଦୁଇଟି ବାଇକ୍ ଯୋଗେ କୋଇଳା ଚୋରାରେ ଚାଲାଣ କରୁଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏମ୍.ସି.ଏଲ୍. ଅଞ୍ଚଳରୁ କୁଅଁରବଗା ଗ୍ରାମର ଯଦୁମଣି ରୋହିଦାସ ଏକ ବାଇକ୍ ସିଜି-୧୩ଏମ୍-୩୬୫୧ ରେ ଏବଂ ଛନ୍ଦାଚରଣ ରୋହିଦାସ ବାଇକ୍ ନଂ ଓଆର୍-୨୩ଏ-୫୮୦୬ ରେ ଚୋରାରେ କୋଇଳା ଆଣୁଥିବା ବେଳେ ସର୍ଗିପାଲି ଫାଣ୍ଡି ଅଧିକାରୀ ପେଟ୍ରୋଲିଂ ସମୟରେ ଧରିଥିବା ପ୍ରକାଶ । ଉଭୟ ଯୁବକଙ୍କୁ ଗିରଫ କରିବା ସହିତ ଦୁଇ ବାଇକ୍ ଏବଂ ପ୍ରାୟ ସାଢେ ୩ କ୍ୱିଣ୍ଟାଲ କୋଇଳା ଜବତ କରିଛନ୍ତି । ଉଭୟଙ୍କୁ ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ପ୍ରକାଶ ।
କୋଇଲା ଚୋରା ଚାଲାଣ କରୁଥିବା ବେଳେ ୨ ଗିରଫ: ୨ ବାଇକ୍ ସମେତ ସାଢେ ୩ କ୍ୱିଣ୍ଟାଲ କୋଇଲା ଜବତ
/sambad/media/post_attachments/wp-content/uploads/2020/11/0eaeb93a-5ff0-4820-b643-1493ab7d58c8.jpg)