ଆନନ୍ଦପୁର: ଆନନ୍ଦପୁର ଥାନା ମୁଗୁପୁର ଗ୍ରାମର ଉତ୍ତରେଶ୍ବର ଶିବମନ୍ଦିରରୁ ହୁଣ୍ଡି ଚୋରି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଞ୍ଚୁଗୋଛିଆ ପଞ୍ଚାୟତ ବିରିଡ଼ି ଗ୍ରାମର ଦୁଇଭାଇ ବୃନ୍ଦାବନ ଜେନା ଓ ଜଗନ ଜେନା। ସେମାନଙ୍କ ନିକଟରୁ ୭୦ ହଜାର ଟଙ୍କା ଜବତ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୭ ତାରିଖ ରାତିରେ ମନ୍ଦିରର ହୁଣ୍ଡି ଚୋରି ହୋଇଥିଲା। ପରଦିନ ଏ ସମ୍ପର୍କରେ ମନ୍ଦିର ପରିଚାଳକ ସୁକାନ୍ତ କିଶୋର ନାୟକ ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଆଣି ଜେରା କରିବା ପରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ପୁଲିସ କେସ୍ ନମ୍ବର ୧୧୩/୨୩ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।