ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କରୁ ଆକାଉଣ୍ଟ ଟାମ୍ପରିଂ ଓ ଏଟିଏମ ପାସ୍ଓ୍ଵାର୍ଡ ଚୋରୀ କରି ଗ୍ରାହକଙ୍କ ଟଙ୍କା ହଡପ କରିବା ମାମଲାରେ ବ୍ୟାଙ୍କର ପୂର୍ବତନ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଗିରଫ ହୋଇଛନ୍ତି।। ନୀଲମଣିଙ୍କ ସହଯୋଗୀ ସ୍ୱାଗତ ମିଶ୍ରକୁ ମଧ୍ୟ ଟାଉନ ଥାନା ପୁଲିସ ଗିରଫ କରିଛି। ଉଭୟ ଚତୁରାତାର ସହିତ ଗ୍ରାହକଙ୍କ ଠାରୁ ଜାଲ ଦସ୍ତଖତ କରି ଆକାଉଣ୍ଟକୁ ଟାମ୍ପରିଂ କରି ଟଙ୍କା ଉଠାଇ ନେଉଥିଲେ। ଉଭୟ ପାଖାପାଖି ୮ ଲକ୍ଷ ୩୧ ହଜାର ଟଙ୍କା ହଡ଼ପ କରିଥିବା ଏଯାଏଁ ଜଣାପଡ଼ିଛି। ଘଟଣାର ତଦନ୍ତ ସରିବା ପରେ ଉଭୟ କେତେ ଟଙ୍କା ହଡ଼ପ କରିଛନ୍ତି, ତାହା ସ୍ପଷ୍ଟ ହେବ।
ନୀଳମଣି ତ୍ରିପାଠୀକୁ ପୁଲିସ ଗିରଫ କରିବା ପାଇଁ ପୂର୍ବରୁ ଟାର୍ଗେଟ କରିଥିଲା। ସନ୍ଦେହ ହେବା ପରେ ପଚରାଉଚରା କରିବାରେ ଜାଣିବାକୁ ପାଇଥିଲା ଯେ, ସେ ହିଁ ହେଉଛି ପ୍ରକୃତ ଚୋର। ଅପରପକ୍ଷେ ନୀଲମଣି ମଧ୍ୟ ପୁଲିସକୁ ଚ୍ୟାଲେଞ୍ଜ କରିଥିଲା। ନୀଲମଣି ଟଙ୍କା ହଡ଼ପରେ ତା’ର ଶିଷ୍ୟ ସ୍ୱାଗତ ମିଶ୍ରକୁ ବ୍ୟବହାର କରୁଥିଲା। ନୀଲମଣିଙ୍କ ଠାରୁ କମ୍ପ୍ୟୁଟର ଶିକ୍ଷା କରିଥିଲା।
/sambad/media/post_attachments/wp-content/uploads/2019/11/jitu1.jpg)
ଉଭୟ ନୀଳମଣି ଓ ସ୍ୱାଗତ ଚତୁରତାର ସହିତ ଟଙ୍କା ହଡ଼ପ କରୁଥିଲେ ଓ ସେମାନେ ଧରାପଡୁ ନ ଥିଲେ। ଫଳରେ ଗ୍ରାହକମାନେ ଅଡୁଆରେ ପଡିଯାଉଥିଲେ। ଏହି ସବୁ ଘଟଣା ନେଇ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ବିଗତ ଦିନରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ବ୍ୟାଙ୍କ କର୍ମଚାରୀ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ଉପରେ ଭରସା ରଖିବାକୁ କହୁଥିଲେ ହେଁ ପ୍ରତିଦିନ ଗ୍ରାହକମାନେ ନିଜ ଆକାଉଣ୍ଟ ବନ୍ଦ କରିବାରେ ଲାଗିଥିଲେ। ବଲାଙ୍ଗୀର ଏସପିଙ୍କ ତତ୍ୱାବଧାନରେ ତଦନ୍ତ ଚାଲିଥିଲେ ବି ଏହି ଟଙ୍କା ଚୋରୀର ଚୋରକୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jitu.jpg)