ରାଉରକେଲା: ବାଇକ୍ ଚୋରି କରିବା ଓ ଚୋରା ବାଇକ୍ କିଣିବା ଅଭିଯୋଗରେ ପ୍ଲାଣ୍ଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାବଜାରର ଡେମ୍ବୁ ମୁଣ୍ଡା(୨୦) ଓ ମଧୁସୂଦନପଲ୍ଲୀର ଅଜୟ ବଞ୍ଜାରୀ ଓରଫ୍ ରିଙ୍କୁ। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ଚୋରା ବାଇକ୍ ଜବତ ହୋଇଛି। ସେକ୍ଟର-୨୧ ନୟାବଜାରରେ ବାସ କରନ୍ତି ସିଆଇଏସ୍ଏଫ୍ କନଷ୍ଟେବଲ ଅମିତ ମାଝୀ। ଗତ ୨୯ ତାରିଖ ସଂଧ୍ୟାରେ ଅମିତଙ୍କର ବାଇକ୍ (ଓଡି-୧୪-ଆର୍-୯୨୦୧) ଚୋରି ହୋଇଯାଇଥିଲା। ଉକ୍ତ ବାଇକ୍କୁ ଅଭିଯୁକ୍ତ ଡେମ୍ବୁ ଚୋରି କରି ୩ ହଜାର ଟଙ୍କାରେ ଅଜୟକୁ ବିକ୍ରି କରିଥିଲା। ଏତଦ୍ବ୍ୟତୀତ, ଉକ୍ତ ଦିନ ଅଭିଯୁକ୍ତ ଡେମ୍ବୁ ନୟାବଜାର ସ୍ଥିତ ପ୍ରତାପ ଦାସଙ୍କ ଘରୁ ୪ଟି ଡ୍ରିଲିଂ ମେସିନ ଚୋରି କରିନେଇଥିଲା। ପ୍ଲାଣ୍ଟ୍ସାଇଟ୍ ପୁଲିସ ତଦନ୍ତ ଜାରି ରଖି ବାଇକ୍ ସହ ୪ଟି ଡ୍ରିଲିଂ ମେସିନକୁ ଜବତ କରିଛି।
ରାଉରକେଲାରେ ବାଇକ୍ ଚୋରି: ୨ ଗିରଫ
/sambad/media/post_attachments/wp-content/uploads/2020/11/65f1fd4d-82fc-49e6-bddd-3a170ee22348.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)