ମାଧପୁର ରେଞ୍ଜରେ ସମ୍ବର ଶିକାର: ବନ ବିଭାଗ ଦ୍ୱାରା ମୃତ ସମ୍ବର ଜବତ, ୨ଶିକାରୀ ଗିରଫ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରିସାହିରେ ବନ ବିଭାଗ ଚଢ଼ାଉ କରି ଶିକାର କରାଯାଇଥିବା ଏକ ମୃତ ସମ୍ବରକୁ ଜବତ କରିବା ସହ ୨ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମତେ ମଙ୍ଗଳବାର ବିଳମ୍ବିତ ରାତିରେ ଆଡେନିଗଡ଼ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧରୁ ଏସିଏଫ ଇନ୍‌ଫୋର୍ସମେଣ୍ଟ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମୋବାଇଲ ଫୋର୍ସ ଏବଂ ମାଧପୁର ରେଞ୍ଜ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ ମିଶି ବୁଧବାର ବାଡି ସକାଳେ ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକଙ୍କ ଘରେ ଚଢାଉ କରିଥିଲେ। ତଲାସୀ ବେଳେ ଘର ପଛପଟ ବାଡ଼ିପଛ ପଟେ ଶିକାର କରାଯାଇଥିବା ପ୍ରାୟ ୬୦କେଜି ଓଜନର ମୃତ ସମ୍ବରକୁ ପାଇ ଜବତ କରିଥିଲେ।

ବନବିଭାଗ ଷ୍ଟାଫକୁ ଦେଖି ସେଠାରୁ ୪ଜଣ ଫେରାର ମାରିଥିବା ବେଳେ ଶିକାରରେ ସଂପୃକ୍ତି ଥିବା ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକ (୫୬) ଓ ରାଜା କହଁର(୩୫)ନାମକ ଅନ୍ୟ ୨ଜଣଙ୍କୁ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ବୌଦ୍ଧ ଡିଏଫଓ ଯୋଶବନ୍ତ ସେଠି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସିଫ ଇନ୍‌ଫୋର୍ସମେଣ୍ଟରେ ଜିତେନ୍ଦ୍ର ବେହେରା ବୌଦ୍ଧ ଡେପୁଟି ରେଞ୍ଜର ପ୍ରଦୋଷ ମହାରଣା ମାଧପୁର ରେଞ୍ଜ ଅଧିକାରୀ ସରୋଜ ମିଶ୍ରଙ୍କ ସମେତ ରେଞ୍ଜ ଷ୍ଟାଫ ଓ ମୋବାଇଲ ସ୍କୁଆଡ଼ ଅଂଶ ଗ୍ରହଣ କରିଥିଲେ। ବର୍ତ୍ତମାନ ଲକଡାଉନ ସମୟରେ ବିଭିନ୍ନ ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ମୃତ ସମ୍ବରକୁ ଜବତ କରି ୨ ଶିକାରୀଙ୍କୁ ଗିରଫ କରିବା ଘଟଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର