ଲକଡାଉନ ଉଲ୍ଲଙ୍ଘନ ନେଇ ୧୮୪ ଜଣଙ୍କ ଠାରୁ ୧ ଲକ୍ଷ ୨୪ହଜାର ଟଙ୍କା ଜରିମାନା ଆଦାୟ, ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ଲକଡାଉନ ଉଲ୍ଲଂଘନ ନେଇ ପୁଲିସ ପକ୍ଷରୁ ୧୮୪ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୨ ଜଣ ଗିରଫ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ପୁଲିସ ପକ୍ଷରୁ ବିଭିନ୍ନ ଥାନାରେ ଲକଡାଉନ ଉଲ୍ଲଂଘନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ହେଇଥିଲା। ପୁଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇ ୫ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ଠାରୁ ୪୨ ଲିଟର ହାତରନ୍ଧା ମଦ ଓ ୩.୬ ଲିଟର ବିଦେଶୀ ମଦ ଏବଂ ଏକ ବାଇକ ଜବତ କରାଯାଇଛି । କୋଭିଡ ଆଇନ ଉଲ୍ଲଂଘନ ନେଇ ଗୋଟିଏ ମାମଲା ରୁଜ୍ଜୁ ହୋଇଛି । ୫ଜଣଙ୍କ ବିରୋଧରେ ମୋଟରଯାନ ଆଇନର ଉଲ୍ଲଂଘନ ନେଇ ୧ଲକ୍ଷ ୭ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିଭଳି ୧୮୪ ଜଣ ମୁହଁରେ ତୁଣ୍ଡି ନ ବାନ୍ଧିଥିବା ଯୋଗୁଁ ୧୬ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ସମୁଦାୟ ୧ ଲକ୍ଷ ୨୪ ହଜାର ୧୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର