ଗୁରୁଜଙ୍ଗ ଗୁଳିକାଣ୍ଡ ମାମଲା: ୨ ଗିରଫ, ୪ ଫେରାର୍‌

ଖୋର୍ଦ୍ଧା: ଗତ ୭ ତାରିଖ ରାତିରେ ଗୁରୁଜଙ୍ଗ-କୁମାରବସ୍ତ ରାସ୍ତାରେ ଗାଡ଼ି ପାର୍କିଂକୁ ନେଇ ହୋଇଥିବା ବିବାଦ ଓ ଫାଙ୍କା ଗୁଳି ଚଳାଇଥିବା ଘଟଣାରେ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣ ଫେରାର୍‌ ଅଛନ୍ତି।

ସୂଚନାନୁସାରେ, ୭ ତାରିଖ ରାତିରେ ଗୁରୁଜଙ୍ଗ-କୁମାରବସ୍ତ ରାସ୍ତାରେ ଗାଡ଼ିପାର୍କିଂ ନେଇ କୁମାରବସ୍ତ ଓ ଗୁରୁଜଙ୍ଗର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାରେ କୁମାରବସ୍ତର କିଛି ଯୁବକ ଗୁରୁଜଙ୍ଗର ଯୁବକଙ୍କୁ ଭୟଭୀତ କରିବାକୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ। ଏହି ଘଟଣାରେ ୮ ତାରିଖରେ ଗୁରୁଜଙ୍ଗ ନନ୍ଦସାହିର ସନ୍ତୋଷ କୁମାର ସାହୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ୪୪୨/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା

୮ ତାରିଖ ଓ ଗତକାଲି ତିନି ତିନିଥର ଗୁରୁଜଙ୍ଗ, କୁମାରବସ୍ତ ଓ ଅନ୍ୟସ୍ଥାନରେ ପୁଲିସ ଚଢ଼ଉ କରିଥିଲା ଚଢ଼ଉରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କୁମାରବସ୍ତର ବିଦ୍ୟାଧର ପରିଡ଼ା (୨୧) ଓ ମହେଶ୍ୱର ସ୍ୱାଇଁ ଓରଫ ଧରମା (୨୩) ସେମାନଙ୍କ ନିକଟରୁ କୌଣସି ବେଆଇନ ବନ୍ଧୁକ ଜବତ ହୋଇନାହିଁ।  ଏନେଇ ଟାଉନ୍‌ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ଘଟଣାରେ ୬ଜଣ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଧରାପଡ଼ିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି। ତେବେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ଜଣ ଫେରାର୍‌ ଅଛନ୍ତି। ସେମାନଙ୍କୁ ଖୁବଶ୍ରୀଘ୍ର ଧରାଯିବ।

ସମ୍ବନ୍ଧିତ ଖବର