ଭୁବନେଶ୍ୱରକୁ ଗଂଜେଇ ଚାଲାଣ: କାରରୁ ମିଳିଲା ୬୫ କିଲୋ,୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରୁ ଭୁବନେଶ୍ୱରକୁ କାରରେ ଗଂଜେଇ ଚାଲାଣ ସମୟରେ ପୁଲିସ ଅଟକାଇଛି। ପୁଲିସ ଗୁରୁବାର କାରରୁ ୬୫ କିଲୋ ଗଂଜେଇ ପୁଲିସ ଜବତ କରିଛି। ଏହି ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ କେ.ନୂଆଗାଁ ଥାନା ଜୁଗପଦର ଗାଁର ସଲିମ ବେହେରା ଓ ବାଳକୃଷ୍ଣ ନାୟକ।

ଦୁହେଁ ଏକ କାର (ଓଆର-୦୨-ବି-୧୧୬୩) ଫିରିଙ୍ଗିଆ ଅଞ୍ଚଳରୁ ଗଂଜେଇ ଧରି ଭୁବନେଶ୍ୱରକୁ ଯାଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ବାଟରେ ଅଟକାଇ କାରକୁ ଯାଞ୍ଚ କରିବା ପରେ ସେଥିରୁ ଗଂଜେଇ ମିଳିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। କେଶ ନଂ ୯୨/୨୦୧୯ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର