ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗର ୨ ଗିରଫ; ୧୪ ମୋବାଇଲ ସହ ମୋଟରବାଇକ୍‌ ଓ ଟଙ୍କା ଜବତ

ରାଉରକେଲା: ମୋବାଇଲ୍‌ ଲୁଟେରା ଗ୍ୟାଙ୍କର ଦୁଇଜଣକୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁସୂଦନପାଲୀର ସନ୍ନି ମଲାକାର (୨୦), କୁନାଲ ଓରଫ ହରିଶ କାଠୋର (୨୧)। ଦୁହେଁ ବିହାର ଓ ଛତିଶଗଡର ମୂଳବାସିନ୍ଦା। ଏମାନଙ୍କ ନିକଟରୁ ୧୪ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍‌, ମୋଟର ବାଇକ୍‌ ଓ ନଗଦ ୪ ହଜାର ଟଙ୍କା ଜବତ ହୋଇଛି। ଗିରଫ ଦୁହିଁଙ୍କ ନାଁରେ ସେକ୍ଟର-୧୯, ଝରିପାଣି, ସେକ୍ଟର-୧୫ ଓ ସେକ୍ଟର-୩ରେ ୬ରୁ ଅଧିକ ଛିନତାଇ, ଲୁଟ୍‌, ଚୋରି ମାମଲା ରହିଛି ବୋଲି ଆଜି ସେକ୍ଟର-୧୯ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କହିଛନ୍ତି। ଗିରଫ ଦୁଇ ଲୁଟେରା ସହରର ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଇ ମୋବାଇଲ, ଟଙ୍କା ଲୁଟ୍‌ କରି ଚମ୍ପଟ ମାରୁଥିଲେ। ଏମାନଙ୍କ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ପୁଲିସ ତା’ର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର