ଅବକାରୀ ଚଢ଼ଉ: ୧୫ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ପକ୍ଷରୁ ଅବକାରୀ ଚଢ଼ଉ କରାଯାଇ ଦୁଇ ଜଣକୁ ଗିରଫ କରାଯାଇଛି। ବନ୍ଧୁଗାଁ ବ୍ଲକ୍‌ ସଦର ମହକୁମାର ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଏବଂ ଆଲମଣ୍ଡା ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ନେଇ କେହି ଜଣେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଥାନା ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍‌ ବନ୍ଧୁଗାଁ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଚୋରାରେ ମଦ ବିକ୍ରି କରୁଥିବା ଅନାଦି ସାହୁକାର (ବାବୁଲା) ଘରେ ଚଢ଼ଉ କରିଥିଲେ। ସେଠାରୁ ପ୍ରାୟ ୧୫ଲିଟର ବିଦେଶୀ ମଦ ଜବତ କରିବା ସହ ବାବୁଲାକୁ ଗିରଫ କରିଥିଲା ପୁଲିସ।

ସେହିପରି ଆଲମଣ୍ଡା ଗ୍ରାମରେ ଚଢ଼ଉ ବେଳେ ୩୫ଲିଟର ଦେଶୀ ମଦ ଜବତ କରିବା ସହ ମୁନା ମହାପାତ୍ର ନାମକ ବ୍ୟକ୍ତିକୁ କରାଯାଇଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ଦୁହେଁଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର