ବାଲେଶ୍ୱର: ସହଦେବଖୁଣ୍ଟା ଥାନା ପୁଲିସ ଗୁରୁବାର ୨ ବାଇକ୍ ସମେତ ୨୦ ସ୍ମାର୍ଟଫୋନ୍ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବେଗୁନିଆର ମନ୍ମଥ ଜେନାଙ୍କ ପୁଅ ପବିତ୍ର ଜେନା ଓରଫ ଚନ୍ଦନ (୨୦) ଓ ଗୁଡ଼ିପଦାର ମୋହନ କୁଣ୍ଡୁଙ୍କ ପୁଅ ସୁମନ କୁଣ୍ଡୁଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୋବାଇଲ ଚୋରୀ ବାବଦରେ ବେଗୁନିଆର ହରିପୁର ଗ୍ରାମର ରୀନାରାଣୀ ଭୋଳ ଅଭିଯୋଗ କରିଥିଲେ। ହିଙ୍ଗୁଳା ମନ୍ଦିର ନିକଟ ଦେଇ ୨୦୧୮ ଜୁନ ୧୪ରେ ଯାଉଥିବା ବେଳେ ୨ ଜଣ ବାଇକ୍ ଆରୋହୀ ତାଙ୍କ ଠାରୁ ମୋବାଇଲ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଚୋରମାନେ ହରିପୁରର ଅନିଲ କୁମାରଙ୍କୁ ଏକ ମୋବାଇଲ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଅନିଲ ଚୋରମାନଙ୍କୁ ମୋବାଇଲର ରସିଦ ମାଗିଥିଲେ। ମାତ୍ର ଚୋରମାନେ ଏହା ଦେଇ ନପାରିବାରୁ ସନ୍ଦେହ ହୋଇଥିଲା। ପରେ ଅନିଲ ଏବାବଦରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଯୋଜନା ମୂଳକ ଭାବରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ସେମାନଙ୍କ ଠାରୁ ୨ଟି ବାଇକ୍ (ଓଡି ୦୧ ୟୁ ୬୦୦୨ ଏବଂ ଓଡି ଓଆଇଏଲ ୨୫୧୧) ଜବତ କରିଛି।