କେନ୍ଦ୍ରମନ୍ତ୍ରୀଙ୍କ ନିଖୋଜ ପୋଷ୍ଟର ଭାଇରାଲ ଘଟଣା: ୨ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ

ବାଲେଶ୍ବର: ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ହେବା ପୋଷ୍ଟର ଭାଇରାଲ ଘଟଣା‌ରେ ଆଜି ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଜ୍ଞାନେନ୍ଦ୍ର ମହାନ୍ତି ଏବଂ ଗୌତମ ସାହୁ। ଗିରଫ ପରେ ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ଗତ ୩୧ ତାରିଖରେ ବାଲେଶ୍ବର ସହରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନିଖୋଜ ଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ପୋଷ୍ଟର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରାଯାଇ ମନ୍ତ୍ରୀଙ୍କ ନାଁରେ ବିଭିନ୍ନ ଅପପ୍ରଚାର କରାଯାଇଥିଲା। ଏନେଇ ଜିଲ୍ଲା ବିଜେପି ପକ୍ଷରୁ ସହଦେବଖୁଣ୍ଟା ଥାନାରେ ସଂଜୀବ ଗିରି, ସୁଧାଂଶୁ ଶେଖର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, ମହମ୍ମଦ ଶେଖ୍‌, ଗୌତମ ସାହୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଆଜି ଜ୍ଞାନେନ୍ଦ୍ର ଓ ଗୌତମଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ପୁଲିସ କେସ୍‌ ନମ୍ବର ୧୫୮/୨୦ରେ ଧାରା ୪୬୯, ୫୦୦, ୫୦୫ ଏବଂ ୩୪ଆଇପିସି ମୂଳେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବିରଂଚି ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର