ପାଟଣା: ରାସନ କାର୍ଡ କଟିଯିବାରୁ ଜଣେ ମହିଳା ଯୋଗାଣ ନିରୀକ୍ଷକ ଅଶ୍ଳୀଳ ଫୋଟୋ ଭାଇରାଲ କରି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଭଅଁରପୁର ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କ ରାସନ କାର୍ଡ କଟିଯିବାରୁ ୫ ତାରିଖରେ ଚିତ୍ତରଞ୍ଜନ (୨୦), ତାଙ୍କ ମା’ ଅମ୍ବିକା ମହାନ୍ତ (୪୫) ଓ ଗ୍ରାମର ଅନ୍ୟଜଣେ ଯୁବକ ସୁନୀଲ ସେଠୀ (୨୨) ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ କାର୍ଡ କାହିଁକି କଟିଲା ବୋଲି ପ୍ରଶ୍ନ କରିଥିଲେ। ତାଙ୍କର ଚାରିଚକିଆ ଗାଡ଼ି ଥିବାରୁ କାର୍ଡ କଟି ଯାଇଥିବା ମହିଳା ଯୋଗାଣ ନିରୀକ୍ଷକ ଉତ୍ତର ରଖିଥିଲେ। ଏହାକୁ କେନ୍ଦ୍ରକରି ଚିତ୍ତରଞ୍ଜନ ପାଟିତୁଣ୍ଡ କରିଥିଲେ।
ଏହି ସମୟରେ ଅନ୍ୟଜଣେ ଯୁବକ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ୧୫ ତାରିଖରେ ଚିତ୍ତରଞ୍ଜନଙ୍କ ମୋବାଇଲରୁ ବ୍ଲକ୍ରେ କାର୍ଯ୍ୟରତ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମୋବାଇଲକୁ ମହିଳା ଯୋଗାଣ ନିରୀକ୍ଷକଙ୍କ ଏଡିଟେଡ୍ ଅଶ୍ଳୀଳ ଫୋଟୋ ଆସିଥିଲା। ଆମର କ୍ଷତି କଲେ କ’ଣ ଅବସ୍ଥା ହେବ ଦେଖିବ ବୋଲି ଚେତାବନୀ ଦିଆଯାଇଥିଲା। ଏ ସମ୍ପର୍କରେ ଗତକାଲି ମହିଳା ଯୋଗାଣ ନିରୀକ୍ଷକ ପାଟଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୧୭୫/୨୧ରେ ଏକ ମାମଲା ରୁଜୁ ଚିତ୍ତରଞ୍ଜନ ଓ ସୁନୀଲକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/861bbde8-54d2-4bf5-8393-a03433a72402.jpg)