ମଦ ପିଇ ହେଲମେଟ ନ ପିନ୍ଧି ଗାଡ଼ି ଚଳାଇବାରୁ ୨ ବାଇକ ଆରୋହୀ ଗିରଫ, ୨ ଘଣ୍ଟାରେ ୫୫ ହଜାର ଟଙ୍କା ଜରିମାନା ଆଦାୟ

ବାଲେଶ୍ୱର: ମଦ ପିଇ ଏବଂ ବିନା ହେଲମେଟରେ ଗାଡ଼ି ଚଳାଇ ରବିବାର ୨ ଜଣ ବାଇକ ଆରୋହୀ ଗିରଫ ହୋଇଛନ୍ତି। ବାଲେଶ୍ୱର ସହରରେ ଆଜି ଟ୍ରାଫିକ ଧରପଗଡ଼ ସମୟରେ ନିୟମ ଉଲଂଘନକାରୀଙ୍କ ଠାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଜରିମାନା କେବଳ ୨ ଘଣ୍ଟାରେ ଆଦାୟ ହୋଇଥିଲା। ରବିବାର ସନ୍ଧ୍ୟା ପରଠାରୁ ରାତି ୯ଟା ଯାଏଁ ପୁଣି ଟ୍ରାଫିକ ଧରପଗଡ଼ ଆରମ୍ଭ ହେବ, ଯାହାକି ରାତି ୯ଟା ଯାଏଁ ଜାରି ରହିବ।

ସମ୍ବନ୍ଧିତ ଖବର