ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୋଇଲାରି ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଶାଳ ଗଛ କାଟି ଚୋରା ଚାଲାଣ କରୁଥିବା ସମୟରେ ୨ ଜଣ ଲୋକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୋଇଲାରି ଗ୍ରାମର ମହାଦେବ ବିନ୍ଧାଣି (୩୨) ଓ ମଦନ ପନକା (୫୦)। ଉଭୟ ଅଭିଯୁକ୍ତଙ୍କୁ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ କୋଇଲାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରବେଶ କରି କୋଇଲାରି ଗ୍ରାମର ମହାଦେବ ବିନ୍ଧାଣି ଓ ମଦନ ପନକା ୮ ଫୁଟ ଲମ୍ବର ୩ଟି ଶାଳ ସିଲ ପଟ୍ (ଗଣ୍ଡି) କାଟିଥିଲେ। ଏହି ୩ଟି ଗଣ୍ଡିର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।
ତେବେ କୌଣସି ସୂତ୍ରରୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ କୋଇଲାରି ସଂରକ୍ଷିତ ଜଙ୍ଗଲରେ କାଠ ଚୋରି ହେଉଥିବା ଖବର ପାଇବା ପରେ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ମନୋରଞନ ନାୟକ, ପ୍ରକାଶ ସରକାର ସହ ଅନ୍ୟ ବନ କର୍ମଚାରୀ କୋଇଲାରି ଜଙ୍ଗଲରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ କାଠ ଚୋରି କରି ନେବା ଅଭିଯୋଗରେ ଅଭିଯୁକ୍ତ ମହାଦେବ ଓ ମଦନକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତମାନଙ୍କ ପାଖରୁ ଏକ କରତ ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/IMG20200124141241.jpg)