ଡକାୟତି ଉଦ୍ୟମ ପଣ୍ଡ, ୨ ଗିରଫ, ବନ୍ଧୁକ-ଖଣ୍ଡା, ଲ୍ୟାପଟପ ଓ ମୋବାଇଲ୍‌ ଜବତ

ନାଲକୋ ନଗର: କୋଭିଡ୍‌-୧୯ ମୁକାବିଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି ରହିଛି। ସମଗ୍ର ନାଲକୋ ନଗର ଅଞ୍ଚଳ ପୁଲିସ ନଜରରେ ରହିଛି। ଏଭଳି ସ୍ଥିତିରେ ୫୫ଜାତୀୟ ରାଜପଥ ନିକଟ ଭଡ଼ା ଘରେ ରହି  ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୨ଜଣ କୁଖ୍ୟାତ ଅପରାଧୀ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ହେବ ଏମାନେ ଚୋରି କରି ନାଲକୋ ପୁଲିସକୁ ଚକମା ଦେଇ ଆସୁଥିଲେ।ଯାହା ଆଜି ନାଲକୋ ପୁଲିସ ହାବୁଡ଼ରେ ପଡିଯାଇଛନ୍ତି।

ନାଲକୋ ଆଦର୍ଶ ଥାନା ପୁଲିସ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ପ୍ଲାଷ୍ଟିକ ଖେଳନା ବନ୍ଧୁକ ଗୋଟିଏ ଖଣ୍ଡା, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ଲ୍ୟାପଟପ ଜବତ କରାଯାଇଛି। କାବୁ ହୋଇଥିବା ଦୁଇ ଯୁବକ ସୁଜିତ ସିଂ (୨୮) ଓ  ରୀଙ୍କୁ ଖାଁ(୨୩)ପଞ୍ଜାବ ରାଜ୍ୟର ସଙ୍ଗୁର ଜିଲ୍ଲାର ବୋଲି ପୁଲିସ ସ୍ପଷ୍ଟ କରିଛି।

ସୂଚନା ମୁତାବକ, ବଆଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ହରିଜନ ସାହିରୁ ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ କ୍ଲବ ଘରେ ଥିବା ଶଙ୍କର ବେହେରାଙ୍କ ଗାଡି (ଓଡି-୩୫-ବି-୮୬୩୫)କୁ ଦୁର୍ବୁକ୍ତ ମାନେ ଚୋରୀ କରି ନେଇ ଯାଇଥିଲେ। ସକାଳ ହେବା ପରେ ଗାଡି ମାଲିକ ଶ୍ରୀ ବେହେରା ନାଲକୋ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତନାଘନା କରିଥିଲା। ଏକ ଅଜଣା ଲୋକ କାଣ୍ଡସର ହରିଜନ ସାହି ଠାରୁ ୧୦୦ମିଟର ଦୂର ରେ ଥିବା ଏକ ଗାଡି ଗ୍ୟାରେଜକୁ ଆସି ଏକ ବାଇକ ଚୋରୀ କରିବା ସମୟରେ ଉକ୍ତ ଗ୍ୟାରେଜ ରେ ଥିବା ସିସି ଟିଭିରେ କଏଦ ହୋଇ ଥିଲା। ପରେ ଉକ୍ତ ଯୁବକ ସନ୍ଧ୍ୟାରେ ବୁଲୁଥିବା ଦେଖି ଉକ୍ତ ଅଜଣା ଯୁବକର ଗତିବିଧି ଚୋର ସନ୍ଦେହ ସୃଷ୍ଟି କରିଥିଲା। ପରେ ହରିଜନ ସାହିବାସୀ ଉକ୍ତ ଯୁବକକୁ କାବୁ କରି ନାଲକୋ ଥାନାରେ ଜିମା କରିଥିଲେ।

 

ସମ୍ବନ୍ଧିତ ଖବର