ଯୌତୁକ ନିର୍ଯାତନା ମାମଲାରେ ସ୍ବାମୀ, ଦେଡ଼ଶୁର ଗିରଫ

ବ୍ରହ୍ମପୁର : ଯୌତୁକ ନିର୍ଯାତନା ମାମଲାରେ ମହିଳା ଥାନା ପୁଲିସ ସ୍ବାମୀ ଓ ଦେଡ଼ଶୁରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ବିକାଶ ପଣ୍ଡା ଓ ଜ୍ୟୋତିର୍ମୟ ପଣ୍ଡା। ବିକାଶ ଗତ ୫ବର୍ଷ ତଳେ ହିଂଜିଳିକାଟୁ ରାଧାକୃଷ୍ଣ ମାର୍ଗର ସୁଦର୍ଶନ ସାବତଙ୍କ ଝିଅ ସୁନିତାଙ୍କୁ ବାହା ହୋଇଥିଲେ। ବାହଘରର ବର୍ଷକ ପରେ ସୁନିତାଙ୍କ ସ୍ୱାମୀ ଓ ଅନ୍ୟମାନେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିଲେ। କିଛିଦିନ ତଳେ ସୁନିତାଙ୍କୁ ଶ୍ବଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଘରୁ ଚାଲିଯିବା ପାଇଁ ଧମକ୍‌ ଦେଇଥିଲେ। ଏ ନେଇ ସୁନିତା ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୨/୨୧ରେ ମାମଲା ରୁଜୁ କରି ସ୍ବାମୀ ଓ ଦେଡ଼ଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସମ୍ବନ୍ଧିତ ଖବର