ନକଳି ଗୁଣ୍ଡି ଜବତ ସହ ୨ଜଣ ଗିରଫ, ଗାଡି ଜବତ

ଯାଜପୁର: ପାଣିକୋଇଲି ଥାନା ପୁଲିସ ୪ ବସ୍ତା ନକଲି ଗୁଣ୍ଡି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିରୁଆଁ ଗ୍ରାମର ପୀତବାସ ସାହୁଙ୍କ ଦୁଇ ପୁଅ ସମରେଶ ଓ ଧର୍ମାଶୀଷ। ଦୁଇ ଭାଇ ନକଲି କଡା ଗୁଣ୍ଡି ନେଇକି ଏକ କାର ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ କୁଆଖିଆ ପୁଲିସ ହାତରେ ଧରାପଡି ଯାଇଥିଲେ। ତେବେ ପୁଲିସ ପକ୍ଷରୁ ଗାଡି ଭିତରୁ ୪ ବସ୍ତା କଡା ଗୁଣ୍ଡି ସହ ରାଉଳଗୁଣ୍ଡି ଲେଖାହୋଇଥିବା ନକଳି ଗୁଣ୍ଡି ଜରି ଜବତ କରାଯାଇଛି। ପୁଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

ସମ୍ବନ୍ଧିତ ଖବର