୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ

ଯାଜପୁର: ଲୋକଙ୍କ ମନ ଭୁଲାଇ ୪୦ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ୨ ଯୁବକ ଯାଜପୁର ପୁଲିସ ଦ୍ୱାରା ଗିରଫ ହୋଇଥିବା ଶନିବାର ଜଣାପଡ଼ିଛି। ଗିରଫ ହୋଇଥିବା ଗିରଫ ଯୁବକମାନେ ହେଲେ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ପ୍ରିୟରଞ୍ଜନ ପଟ୍ଟନାୟକ ଓ ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳର ଅକ୍ଷୟ ସାମଲ। ଉଭୟ ଯୁବକଙ୍କ ଠାରୁ ଏକ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି। ଅଭିଯୁକ୍ତମାନେ କେନ୍ଦୁଝରର ଜଣେ ପୂର୍ବତନ ବିଧାୟକଙ୍କ ଏଜେଣ୍ଟ ବୋଲି କହି ଠକେଇ କରିଥିଲେ। ତଦନ୍ତ ସମୟରେ ସେମାନେ ଅନେକ ଲୋକଙ୍କୁ ଠକିଥିଲେ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର