ଭବାନୀପାଟଣା: ଲକଡାଉନ ଉଲଂଘନ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ୧୯୭ ଜଣଙ୍କ ଠାରୁ ୧ ଲକ୍ଷ ୨୩ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ପୁଲିସ ପକ୍ଷରୁ ଅବକାରୀ ଚଢଉ କରାଯାଇ ୫ ଟି ମାମଲା ରୁଜୁ କରାଯାଇଛି । ସେମାନଙ୍କ ଠାରୁ ୫୮ ଲିଟର ହାତରନ୍ଧା ଦେଶୀ ମଦ ଓ ୩ଟି ବାଇକ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କୋଭିଡ ଆଇନ ଉଲଂଘନ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ବାଇକ ଜବତ ହୋଇଛି । ସେହିଭଳି ଅନ୍ୟ ମାମଲାରେ ୭ ଟି ମକଦ୍ଦମା ଦାୟର ହୋଇଛି । ଏମଭି ଆକ୍ଟ ରେ ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜରିମାନ ଆଦାୟ କରାଯାଇଛି । ମୁହଁରେ ତୁଣ୍ଡି ନ ଲଗାଇବା ମାମଲାରେ ୧୯୭ ଜଣଙ୍କ ଠାରୁ ୧୩ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।