ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୋଡ଼ାପୁଟ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୧୦ ଲିଟର ଦେଶୀ ମଦ ଜବତ କରିବା ସହ ମଦ ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ନିରୀକ୍ଷକ ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଖୋର୍ଦ୍ଧା ସଦର ଅବକାରୀ ବିଭାଗର ଓଆଇସି ବି ମନୋଜ କୁମାର, ଏସ୍ଆଇ ରୋହିତ କୁମାର ଦଣ୍ଡସେନା ଓ ଅନ୍ୟ କର୍ମଚାରୀ ପୋଡ଼ାପୁଟରେ ଚଢ଼ଉ କରିଥିଲେ।
ଏକ ଅଟୋ ଓ ମୋଟର ସାଇକଲରେ ଦେଶୀ ରନ୍ଧା ମଦ ଚାଲାଣ କରୁଥିବା ବେଳେ ଦୁଇଜଣଙ୍କୁ ଧରିଥିଲେ। ଗିରଫ ହୋଇଥିବା ଦୁଇଜଣ ହେଲେ କୁମାରବସ୍ତ ବରାଡ଼ ସାହିର ପବିତ୍ର ବରାଡ଼ (୨୫) ଓ ପୋଡ଼ାପୁଟର ଚନ୍ଦ୍ରଶେଖର ମହାରଣା। ଉଭୟଙ୍କ ବିରୋଧରେ ୨୯ ଓ ୩୦/୨୦୨୨ରେ ଦୁଇଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Excise-Raid-2-arrest-Khordha.jpeg)