ଖୋର୍ଦ୍ଧା: ଶନିବାର ଖୋର୍ଦ୍ଧା ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି ପୃଥକ ମାମଲାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୫୦ଲିଟର ଦେଶୀ ମଦ ଜବତ କରାଯାଇଛି। ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଭୈରବ ସାହୁଙ୍କ ସୂଚନାନୁସାରେ, ଶନିବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଗୁରୁଜଙ୍ଗ-ଟାଙ୍ଗୀ ସାହି ଠାରେ ଚଢ଼ଉ କରାଯାଇଥିଲା। ସେହିଭଳି ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଠାରେ ମଧ୍ୟ ଚଢ଼ଉ ହୋଇଥିଲା।
ଉଭୟ ଚଢ଼ଉରେ ଗୁରୁଜଙ୍ଗର ବେଙ୍ଗ ସୁନ୍ଦରା (୫୫, ମହିଳା) ଓ ପିତାପଲ୍ଲୀର ବାଛିରାମ ସ୍ବାଇଁ (୩୫)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋଟ ୫୦ଲିଟର ଦେଶୀ ମଦ ଜବତ କରାଯାଇଛି। ଉଭୟଙ୍କ ବିରୋଧରେ ୬୩/୨୦୨୩ ଓ ୩୩/୨୦୨୩ରେ ଦୁଇଟି ମାମଲା ରୁଜୁ କରାଯାଇ ଯଥାକ୍ରମେ ଜଟଣୀ ଓ ଖୋର୍ଦ୍ଧା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Excise-raid-two-cases-Khordha.jpeg)