କୋରାପୁଟ: ଚଳନ୍ତା ଗାଡିକୁ ଠେଙ୍ଗାରେ ମାରିବା ସହ ଲୁଟପାଟ ଅଭିଯୋଗରେ କୋରାପୁଟ ସଦର ପୁଲିସ ଶନିବାର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକମାନେ ହେଲେ ବାଟିରିଗୁଡା ଗାଁର ପିତବାସ ଜାନି ଓ ଜାନିଗୁଡା ଗାଁର ରାଜୀବ ଜାନୀ। ପୁଲିସ ନଂ.୧୮୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ନାରାଗାଁର ମୁନି ଟାକିରି କୋରାପୁଟରେ ରହିଥିବା ତାଙ୍କ ଭାଙ୍କ ନିକଟକୁ ଆସିଥିଲେ। କାମ ସାରି ଫେରୁଥିବାବେଳେ ବଙ୍ଗଳାଗୁଡା ନିକଟରେ ଏହି ଦୁଇଜଣ ଯୁବକ ଏକ ଠେଙ୍ଗାରେ କାର (ଓଡି ୧୦ୟୁ ୪୬୮୮)କୁ ଆକ୍ରମଣ କରିଥିଲେ। ଏଥିରେ ପଛ ପଟେ ରହିଥିବା କାଚ ଭାଙ୍ଗିଯିବା ପରେ ମୁନି ଗାଡି ରଖିଥିଲେ।
/sambad/media/post_attachments/wp-content/uploads/2022/11/IMG-20221126-WA0003.jpg) Sambad
 Sambadଗାଡ଼ି ଅଟକିବା ପରେ ମୁନି ଓ ତାଙ୍କର ଜଣେ ଭାଇଙ୍କୁ ଧମକଚମକ ଦେଇ ଟଙ୍କା ଅଛି କି ନାହିଁ ପଚାରି ଟଙ୍କା ନେଇଯାଇଥିଲେ। ଏହାପରେ ମୁନି ୧୧୨କୁ ଯୋଗଯୋଗ କରିଥିଲାବେଳେ କୋରାପୁଟ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ମୁନି ଯୁବକଙ୍କୁ ଚିହ୍ନିଥିବା କହିଥିଲେ। ପରେ ଦୁଇ ଗାଁରୁ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଏକ ବାଇକ ଓ ଠେଙ୍ଗାକୁ ଜବତ କରିଥିବା ଆଇଓ ଫକୀର ମୋହନ ଖରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/IMG-20221126-WA0034.jpg)
