ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ପୁଣି ମିଳିଛି ସଫଳତା। ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଶନିବାର ରାତିରେ ମାଥିଲି ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା ଯେ ମାଡକାପଦର ଠାରୁ ଜଙ୍ଗଲ ରାସ୍ତା ହୋଇ ସପ୍ତଧାରା ବ୍ରିଜ ନିକଟରେ ଗଞ୍ଜେଇକୁ ଗଚ୍ଛିତ କରାଯାଉଛି। ତୁରନ୍ତ ପୁଲିସଟିମ ସପ୍ତଧାରା ନିକଟରେ ରହିଥିବା ଓଡି-୨୪-ଇ-୮୭୩୩ ନମ୍ବର ବିହୀନ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲା। ଏହି କାରରେ ୬ଟି ପ୍ୟାକେଟ ଗଞ୍ଜେଇ ବ୍ୟାଗ ଲଦାଯାଇଥିଲା। ଯାହାକୁ ଓଜନ କରିବା ପରେ ସେଥିରେ ୧୫୦ କିଲୋ ୪୮୦ ଗ୍ରାମ ଗଞ୍ଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।
ତୁରନ୍ତ ମାରୁତି ଵାଗନାର କାର, ଦୁିଟି ଦାମିକା ମୋବାଇଲ, ୨୦ ହଜାର ଟଙ୍କା ନଗଦ, ଆଧାର କାର୍ଡ, ଭୋଟର କାର୍ଡ ଇତ୍ୟାଦି ପୁଲିସ ଜବତ କରିଛି। ତେବେ ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଆସାମୀକୁ ଗିରଫ କରିଛି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଆରକେ କଲୋନୀର ଇଜରାଇଲ ସେନାପତି(୨୪) ଏବଂ ତାରାଗାଁର ନନ୍ଦ ସୌରା(୨୯)। ପୁଲିସ ଏମାନଙ୍କ ଧରି ପଚରାଉଚରା କରିଛି।ଏହି ଗଞ୍ଜେଇ ମାଡକାପଦର ଅଞ୍ଚଳରୁ ନୂଆପଡା ଅଞ୍ଚଳକୁ ଚାଲାଣ କରାଯାଉଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Mkg-Ganja-jabat2-arrested-3.jpg)