ପାପଡାହାଣ୍ଡି: ଆତ୍ମ ନିର୍ଭର ଭାରତ ସଂସ୍ଥା ନାରେ ଚାକିରି ଦେବା ସହ ଆତ୍ମ ନିଯୁକ୍ତି କରାଯିବା ନାରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାରେ ସାଜିତ ଗୋବର୍ଦ୍ଧନ ଓ ପ୍ରବୀଣ ସୁନାକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସ। ପାପଡାହାଣ୍ଡି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଆଦିତ୍ୟ ସେନଙ୍କ ସୂଚନା ଅନୁଯାୟୀ ବର୍ଷେ ତଳେ ଆତ୍ମ ନିର୍ଭର ଭାରତ ସଂସ୍ଥା ନାମରେ ନବରଙ୍ଗପୁର ଜିଲ୍ଲାରେ ଏସଏଚଜି ସଂଗଠନ କରି ଧୂପକାଠି, ହର୍ପିକ, ମହମବତୀ, ଲୁଗା ସଫା ସାବୁନ, ଗାଧେଇବା ସାବୁନ ତାଲିମ ଦିଆଯିବ ଓ ଏହି ସଂସ୍ଥାରେ ଚାକିରି ଦିଆଯିବ କହି ଲୋକଙ୍କୁ ଜଡିତ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ।
ନବରଙ୍ଗପୁର ସହରର ତଥା ପାପଡାହାଣ୍ଡି ଶ୍ବଶୁର ଘରେ ରହିଥିବା ସାଜିତ ଗୋବର୍ଦ୍ଧନ ଓ ନବରଙ୍ଗପୁର ସହର ପ୍ରବୀଣ ସୁନା ଆତ୍ମ ନିର୍ଭର ଭାରତ ସଂସ୍ଥାର ସଂଯୋଜକ ଅଛି ବୋଲି ସାଜିତ ଲୋକଙ୍କୁ କହୁଥିଲା। ଏହି ସଂସ୍ଥାରୁ ମାସିକ ୫୦ ହଜାର ଦରମା ପାଉଛି ବୋଲି ଲୋକଙ୍କୁ କହୁଥିଲା। ୫ ହଜାର ଟଙ୍କା ଦେଲେ ସେ ଏହି ସଂସ୍ଥାରେ ପଞ୍ଚାୟତ ସଂଯୋଜକ ଚାକିରି କରାଇଦେବି। ଏହି ବାବଦରେ ମାସିକ ୭୫୦୦ ଟଙ୍କା ଦରମା ମିଳିବ ଓ ଆପଣମାନେ ଗ୍ରାମାଞ୍ଚଳରେ ଲୋକଙ୍କୁ ଏହି ସଂସ୍ଥାରେ ୧୦ ହଜାର ଟଙ୍କା ନେଇ ଜଡିତ କରିବେ ବୋଲି କହୁଥିଲେ। ଏହି ଟଙ୍କା ଦେଲେ ଆପଣମାନଙ୍କୁ ସଂସ୍ଥାର ନିଯୁକ୍ତି ପତ୍ର ଦେବି ବୋଲି ସାଜିତ କହୁଥିଲା। ଏପରି ପାପଡାହାଣ୍ଡି ବ୍ଲକ, କୋଷାଗୁମଡା ବ୍ଲକ ଓ ତେନ୍ତୁଳୀଖୁଣ୍ଟି ବ୍ଲକର ଅନେକ ଲୋକଙ୍କୁ ଏହି ସଂସ୍ଥାରେ ବ୍ଲକ ସଂଯୋଜକ ଜଡିତ କରି ତାଙ୍କ ଠାରୁ ଗ୍ରାମଞ୍ଚଳରୁ ଲୋକଙ୍କୁ ଜଡିତ କରି ଟଙ୍କା ନେଇଥିଲା।
ଏନେଇ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ଭାରତ ଗୌଡ଼ (୧୯) ପାପଡାହାଣ୍ଡି ଥାନାରେ ସାଜିତ ଗୋବର୍ଦ୍ଧନ ଓ ପ୍ରବୀଣ ସୁନା ନାଁରେ ଅଭିଯୋଗ କରିଥିଲେ। ଦୁହେଁ ଆସି ଆତ୍ମ ନିର୍ଭର ଭାରତ ସଂସ୍ଥାରେ ଦହଣା ପଞ୍ଚାୟତ ସଂଯୋକ ଭାବେ ନିଯୁକ୍ତି ଦେବୁ ଏ ବାବଦ ରେ ମାସିକ ୭୫୦୦ ଟଙ୍କା ଦରମା ମିଳିବ କହିବାରୁ ସେ ୫ ହଜାର ଟଙ୍କା ଓ ସାଙ୍ଗ ମହେଶ ସୌରା ଓ ସଚିନ ଚନ୍ଦ୍ର ଉଭୟ ୧୦ ହଜାର ଟଙ୍କା ଦେଇଥିଲେ। ଏବବାଦରେ ମୋତେ ଆତ୍ମ ନିଯୁକ୍ତି ଭାରତ ସଂସ୍ଥାର ନିଯୁକ୍ତି ପତ୍ର ଦିଆ ଯାଇଥିଲା। ଦରମା ବାବଦ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂସ୍ଥା ତରଫରୁ କୌଣସି ଟଙ୍କା ପାଇଁ ନାହୁଁ କି ଦେଇ ଥିବା ଟଙ୍କା ଫେରସ୍ତ ମାଗିଲେ ଜୀବନରେ ମାରିଦେବୁ ବୋଲି ସାଜିତ ଧମକ ଦେଉଛି ବୋଲି ଅଭିଯୋଗ କରିଥିଲେ।
ଏ ନେଇ କେସ ନଂ ୮୧/୨୩ ରୁଜୁ କରି ପୁଲିସ ସାଜିତ ଓ ପ୍ରବୀଣ ଦୁହେଁକୁ ଗିରଫ କରି ତଦନ୍ତରୁ ଜଣାପଡିଛି ପାପଡାହାଣ୍ଡି ବ୍ଲକ, କୋଷଗୁମାଡା ବ୍ଲକ, ତେନ୍ତୁଳୀଖୁଣ୍ଟି ବ୍ଲକରୁ ଅନେକ ଲୋକଙ୍କୁ ନିଯୁକ୍ତି ପତ୍ର ଦେଇ ୨୦ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ଠକେଇ ହୋଇଥିବା ଜଣାପଡୁଛି ବୋଲି ସୂଚନା ସୂଚନା ଦିଆାଯାଇଛି। ଏହିପରି ଆତ୍ମ ନିର୍ଭର ଭାରତ ସଂସ୍ଥା ର ମୁଖ୍ୟ ଭଦ୍ରକ ଜିଲ୍ଲା ନୟାଖଣ୍ଡି ଗ୍ରାମର ଶ୍ରୁତି ପ୍ରଭା ମହାକୁଡ଼ ଓ ଭବାନୀପାଟଣା ସହରର ଡିଭିଜନାଲ ହେଡ଼ ମହେନ୍ଦ୍ର କୁମାର ଆଚାର୍ଯ୍ୟକୁ କେଶନ ୧୩/୨୩ ରେ କୋରାପୁଟ ସାଇବର କ୍ରାଇମ ଗିରଫ ହୋଇଥିବା ଏସଡିପିଓ ଆଦିତ୍ୟ ସେନ ଓ ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।