ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ ଏକ ନକଲି ଚୋରା ନୋଟ୍ କାରବାର କରୁଥିବା ଏକ ର୍ୟାକେଟ୍ର ସନ୍ଧାନ ପାଇଛି। ପୁଲିସ ଏହି ର୍ୟାକେଟ୍ର ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କାର ନକଲି ୨ ହଜାରିଆ ଟଙ୍କା ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୩୦ ତାରିଖ ଦିନ ରାସଗୋବିନ୍ଦପୁର ଥାନା ପୁଲିସ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ତରୁଣ ଜେନା ନାମକ ଜଣେ ଯୁବକଙ୍କ ଠାରୁ ୬ଟି ନକଲି ୨ ହଜାର ଟଙ୍କିିଆ ନୋଟ୍ ଜବତ କରିଥିଲା। ତାଙ୍କୁ ପଚରାଉଚରା କରିବାରୁ ସେ ଏହି ନୋଟ୍ ବସ୍ତାର ସେକ୍ କଲ୍ଲିମୁଦ୍ଦିନଙ୍କ ଠାରୁ ସଂଗ୍ରହ କରିଥିବା ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ ପୁଲିସ କଲ୍ଲିମୁଦ୍ଦିନଙ୍କ ଘରେ ଚଢ଼ାଉ କରି ସେଠାରୁ ୯୪ଟି ନକଲି ୨ ହଜାରିଆ ନୋଟ୍ ଜବତ କରିଥିଲ। ଏହି ଘଟଣାରେ ପୁଲିସ ସେକ୍ କଲ୍ଲିମୁଦ୍ଦିନଙ୍କୁ ମଧ୍ୟ ଗିରଫ କରିଛି।
୨ ଲକ୍ଷ ଟଙ୍କାର ନକଲି ୨ହଜାରିଆ ନୋଟ୍ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2018/02/baripada.jpg)