ଗଞ୍ଜେଇ ସହ ବାଇକ୍‌ ଜବତ, ୨ ଗିରଫ

ସୋନପୁର: ସୋନପୁର ପୁଲିସ ଚଢ଼ଉ କରି ୭ କେଜି ଗଂଜେଇ ଏବଂ ଏକ ବାଇକକୁ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଇକ (ଓଆର ୧୫ ଏନ ୬୪୪୪)ରେ ମନମୁଣ୍ଡା ପଟୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରାଯାଇଥିଲା। କୁଞ୍ଜ ଛକ ନିକଟରେ ପୁଲିସ ଉକ୍ତ ବାଇକ୍‌କୁ ଧରିଥିଲା। ଯାଞ୍ଚ ସମୟରେ ଏଥିରୁ ୭ କେଜି ଗଞ୍ଜେଇ ବାହାରିଥିଲା। ଏହି ଘଟଣା ଅଭିଯୁକ୍ତ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଲାଇଲୁଙ୍ଗା ଥାନା ବାରଖୋରିଆ ଗାଁର ଟିକେଶ୍ୱର ଯାଦବ(୨୭) ଏବଂ ଚକ୍ରଧର ସାରଥୀ(୨୭)ଙ୍କୁ ଗିରଫ କରାଯାଇଥିଲା। ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉରେ ଏସଆଇ କ୍ଷୀରୋଦ ବାଘ, ଏଏସଆଇ ପ୍ରହଲ୍ଲାଦ ବାରିକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର