ବାଲେଶ୍ବର: ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ କାର୍ ସହ ୨୦ କେଜି ଗଞ୍ଜେଇ ଜବତ କରିଛି। ସେହିପରି ଏଥିରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖିଛି। ସେମାନେ ହେଲେ ଅନୁଗୁଳ ସମଲବ୍ୟାରେଜ୍ ଅଞ୍ଚଳର ସନ୍ତୋଷ ନାୟକ(୪୦) ଓ କରୁଣା ନାୟକ(୨୮)।
ସୂଚନା ମୁତାବକ, ଶନିବାର ସକାଳ ସମୟରେ ସନ୍ତୋଷ ଓ କରୁଣା ବ୍ୟବସାୟୀ ଅନୁଗୁଳରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିଲେ। ତେବେ କୋଭିଡ୍ କଟକଣା ପାଇଁ ରାଜ୍ୟ ସୀମା ଦ୍ବାୟିତ୍ବରେ ଥିବା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଖବର ପାଇଥିଲେ। ତୁରନ୍ତ ଘଟଣା ବିଷୟରେ ବସ୍ତା ଥାନା ଆଇଆଇସି ପର୍ଶୁରାମ ସାହୁଙ୍କୁ ଜଣାଇଥିଲେ। ଏହାପରେ ଉଭୟ ପୁଲିସର ଦୁଇଟି ଟିମ୍ ୬୦ ନମ୍ବର ଜାତୀୟ ରାଜପଥରେ ଛକି ବସିଥିଲେ। କାର୍ଟି ସୀମା ଗେଟ୍ ନିକଟରେ ଚେକିଂ ଦେଖି ଗାଡ଼ି ବୁଲାଇ ଫେରାର୍ ପାଇଁ ଚେଷ୍ଟା କରିଥିଲା। ଚାଳକର ଏଭଳି ଆଚରଣ ଦେଖି ପୁଲିସ ସନ୍ଦେହ କରିଥିଲା। ଆଉ ଯୋଜନା ମୁତାବକ ଦୁଇ ପୁଲିସର ଟିମ୍ କାର୍କୁ ଆଗପଛ କରି ଘେରିଯାଇଥିଲେ। ଗାଡ଼ି ଯାଞ୍ଚ କରିବାରୁ ସିଟ୍ ତଳେ ପୁଳା ପୁଳା ଗଞ୍ଜେଇ ପ୍ୟାକେଟ୍ ଦେଖି ତୁରନ୍ତ ଗାଡ଼ିକୁ ସିଜ୍ କରିଥିଲା। ତେବେ ସେମାନେ ଅନୁଗୁଳରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଜେରା ବେଳେ ମାନିଥିଲେ। ଏନେଇ ବସ୍ତା ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ede1eb64-b16d-4dfa-954b-8c8dc4fcf31b.jpg)