ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଜଟଣୀ ଛକ ନିକଟରେ ଦୁଇଟି ମୋଟରସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇଜଣ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି ।

ସୂଚନାନୁସାରେ, ସକାଳେ ନୟାଗଡ଼ ନରେନ୍ଦ୍ରପୁର କୋଟଗଡ଼ର ସୁଶାନ୍ତ କୁମାର ସେଠୀ (୨୦) ଓ ଖୋର୍ଦ୍ଧା ଗଙ୍ଗପଡ଼ାର ମଧୁସ୍ମିତା ସେଠୀ (୨୨) ଏକ ଗ୍ଲାମର ମୋଟର ସାଇକଲ (ଓଡି୦୨ଏଭି ୭୩୧୫)ରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହିରୋ ମୋଟର ସାଇକଲରେ ଗୁରୁଜଙ୍ଗର ବିକାଶ କୁମାର ବେହେରା ବିପରୀତ ଦିଗରୁ ଆସୁଥିଲେ । ଉଭୟଙ୍କ ମଧୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ତିନି ଜଣଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରେ ଡାକ୍ତର ସୁଶାନ୍ତ ସେଠୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ଏନେଇ ଖୋର୍ଦ୍ଧା ଟାଉନ୍ ଥାନାର ଏଏସ୍ଆଇ ତଥା ମାମଲାର ତଦନ୍ତ ଅଧିକାରୀ ଅକ୍ଷୟ ସେଠୀ କହିଛନ୍ତି ଯେ ଅପରାହ୍ଣରେ ଏନେଇ ଲିଖିତ ଅଭିଯୋଗ ଆସିଛି । ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଆସନ୍ତା କାଲି କରାଯିବ ଓ ଆଇନାନୁସାରେ ଏନେଇ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର