ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ବିପରୀତ ଦିଗରୁ ଆସୁଥିଲା। ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ଶବ ଉଦ୍ଧାର କରିଛି।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁଇ ବାଇକ୍ର ଗତି ଦ୍ରୁତ ଥିବାରୁ, ଉଭୟ ବାଇକ୍ର ଚାଳକମାନେ ଭାରସାମ୍ୟ ହରାଇଥିଲେ। ଫଳରେ ସେମାନେ ନିୟନ୍ତ୍ରଣ ହରାଇ ବାଇକ୍ରୁ ପଡ଼ିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/2b9e1482-512a-4690-a266-db26f424128e.jpg)
