ସମ୍ବଲପୁର: ଅଇଁଠାପାଲି ଥାନା ବାସନ୍ତୀ ଲଜ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ଣ ୪ଟାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣଙ୍କ ବଲାଙ୍ଗୀରର ହୋଇଥିବା ସମୟରେ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଖବର ଲେଖାହେବା ଯାଏ ଏନେଇ ଥାନାରେ କୌଣସି ରିପୋର୍ଟ ହୋଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକଜଣଙ୍କ ଅଇଁଠାପାଲି ପଟରୁ ବାଇକ୍(ଓଆର୍ ୧୭ ଏଫ୍ ୨୦୧୦) ନେଇ ଶାନ୍ତିନଗରପଟକୁ ଯାଉଥିଲେ। ଏହି ସମୟରେ ଅପରପାର୍ଶ୍ବରୁ ଆସୁଥିବା ଆଉ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଅଇଁଠାପାଲି ପଟରୁ ଯାଉଥିବା ଯୁବକଜଣଙ୍କ ଦୂରକୁ ଛିଟିକି ପଡ଼ିବା ସହ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅଇଁଠାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ।
୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ
/sambad/media/post_attachments/wp-content/uploads/2021/01/Dead-Body-representational-image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)