ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଖସଡ଼ାକୁ ବୁଲିବା ପାଇଁ ଯାଉଥିବା ବେଳେ ପଥରଗଡ଼ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଛତ୍ରପୁର ଅଞ୍ଚଳର ସୁବ୍ରତ ଦଳେଇ ଓ ତାଙ୍କ ସାଙ୍ଗ ଏକ ବାଇକରେ ଖସଡ଼ାକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁବ୍ରତ ଦଳେଇ ଙ୍କର ମୃତ୍ୟୁ ହୋଇଛି।ସେହିପରି ବିପରିତ ଦିଗରୁ ବାଇକରେ ଆସୁଥିବା ଯୁବକ ମୋହନା ପୁଲପଡ଼ାର କିରଣ ନାୟକ ଗୁରୁତର ଆହତ ହୋଇଥିଲେ।ତେବେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ନିଆଯାଉଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ କିରଣଙ୍କର ମୃତ୍ୟୁ ଘଟିଛି।ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି।
ଗଜପତି: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)