ବେଗୁନିଆ: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବେଗୁନିଆ: ଆଜି ସକାଳେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ- ଗଡ଼ତରା ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକଙ୍କର ପରିଚୟ ମିଳି ନ ଥିବା ବୋଳ ସେ କଡ଼ବ ଗ୍ରାମର ବୋଲି ଚର୍ଚ୍ଚା ହଉଛି।
ମିଳିଥିବା ସୂଚନା ଅନୁଯାୟୀ. ଆଜି ସକାଳେ ବିପରିତ ଦିଗରୁ ଦୃତଗତିରେ ଆସୁଥିବା ଦୁଇଟି ବାଇକ୍‌ ପରସ୍ପର ସହିତ ଖୁବ୍‌ ଜୋରରେ ମୁହାଁମୁହିଁ ବାଡେଇ ହୋଇ ଯାଇଥିଲେ। ଫଳରେ ବାଇକ ଆରୋହୀ ଦୁଇଜଣ ଗାଡ଼ିରୁ ଛିଟିକି ପଡ଼ି ରାସ୍ତାରେ ପଡ଼ିଥିଲେ। ଉଭୟଙ୍କ ମୁଣ୍ଡ ଫାଟି ଧାରଧାର ରକ୍ତ ରାସ୍ତାରେ ବହି ଯାଇଥିଳା। ସଙ୍ଗେସଙ୍ଗ ସେଠାରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସ ଡାକି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲ ପଠାଇଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ଆହତ ଯୁବକଙ୍କ ଘର ସୁନାଖଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର