ମାଲକାନଗିରି: ମାଲକାନଗିରି ପୁଲିସ ବାଇକ୍ ୨ ଜଣ ଚୋରକୁ ଗିରଫ ସହ ୭ଟି ମଟର ସାଇକେଲ ଉଦ୍ଧାର କରିଛି। ମାଲକାନଗିରି, କାଲିମେଳା, ଓର୍କେଲ ଏବଂ ମାଥିଲି ଥାନା ଅଂଚଳରେ ଗତ କିଛି ଦିନ ଧରି ବାଇକ୍ ଚୋରି ହେଉଥିଲା। ଏନେଇ ସଂପୃକ୍ତ ଥାନାରେ ଏତଲା ଦାୟର କରାଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ଏହାର ତଦନ୍ତ କରୁଥିବା ବେଳେ ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଖଇରପୁଟ ବ୍ଲକର କଦମଗୁଡା ଗ୍ରାମର କାର୍ତ୍ତିକ ସଗରିଆ ଏବଂ କେନ୍ଦୁଗୁଡା ଗ୍ରାମର ବିଦେଶୀ ସଗରିଆ ଏହି ମଟର ସାଇକେଲଗୁଡିକ ଚୋରି କରି ନିଜ ଅଂଚଳରେ ରଖିଥିଲେ। ପୁଲିସ ଚଢଉ କରି ସମସ୍ତ ମଟର ସାଇକେଲ ଉଦ୍ଧାର କରିବା ସହ ଏହି ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏମାନଙ୍କ ଠାରୁ ୭ଟି ବାଇକ୍ ଚୋରି ଉଦ୍ଧାର କରିଛି। ଏମାନଙ୍କୁ ଧରିବା ପରେ ପଚରାଉଚରା କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି। ଜିଲ୍ଲାରେ ଚୋରି ହୋଇଥିବା ଅନ୍ୟ ମଟର ବାଇକ୍ଗୁଡିକ ମଧ୍ୟ ତୁରନ୍ତ ଉଦ୍ଧାର କରାଯିବ ବୋଲି କୁହାଯାଇଛି।
ଭିନ୍ନ ଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିଲେ, ୨ ଗିରଫ
/sambad/media/post_attachments/wp-content/uploads/2022/11/Mkg-7-bike-udhar-and-2-theif-giraf-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)