ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର-ରାଏବଗା ରାସ୍ତାର ଦୁହ୍ଲପୁର ନିକଟରେ ଏକ ଟ୍ରାକ୍ଟର ଧକ୍କା ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଶନିବାର ମଧ୍ୟାହ୍ନରେ ଦୁହ୍ଲପୁର ଗ୍ରାମର ସୌରେନ୍ଦ୍ର ସା(୨୯), ଭୀଷ୍ମଦେବ ରାଜଗନ୍ଧା(୨୨) ଓ ବସନ୍ତ ରାଜଗନ୍ଧା(୧୫) ଏକ ବାଇକ୍‌ରେ ରାଏବଗାରୁ ଘରକୁ ଫେରୁଥିଲେ। ବାଟରେ ଦୁହ୍ଲପୁର ମୋଡରେ ଏକ ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସୌରେନ୍ଦ୍ର ସା ଓ ଭୀଷ୍ମଦେବଙ୍କର ମୃତ୍ୟୁ ‌ହୋଇଥିଲା। ଖବର ପାଇ ରାଏବଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତ ରାଜଗନ୍ଧାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ସହ ଦୁଇ ଜଣଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧିତ ଖବର