ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ହାତୀଶାଳ ବିଦ୍ୟାଳୟ ନିକଟରେ ଗତରାତିରେ ଦୁଇଟି ବାଇକ ମୁଁହାମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି। ମୃତ ଜଣକ ହେଲେ ୨୫ ବର୍ଷୀୟ ପ୍ରଦୀପ ବାରିକ ଓରଫ (ଭିକି)।

ଦୁର୍ଘଟଣା ସଂପର୍କିତ ଖବର ପାଇ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଏଠାରୁ ଦୁଇ ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ପ୍ରଦୀପର ମୁଁହରେ ଏବଂ ମୁଣ୍ଡରେ ଆଘାତ ଲାଗି ଅଚେତ ଥିବା ଯୋଗୁଁ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ମେଡିକାଲକୁ ପଠେଇ ଦେଇଥିଲେ। ହେଲେ ଭିକି ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଅନ୍ୟପଟେ ଅନ୍ୟ ଏକ ବାଇକ ଚାଳକ ଶ୍ରୀକାନ୍ତ ପଣ୍ଡାଙ୍କ ଗୋଡ଼ର ବୁଢା ଆଙ୍ଗୁଠି ଛିଡି ଯାଇଥିବା ବେଳେ ସେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବାଇକ ଆଣି ଥାନାରେ ରଖିଛି। ପ୍ରଦୀପଙ୍କ ମୃତ୍ୟୁ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଘୁ.ଉଦୟଗିରି ଆଣାଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।

ସମ୍ବନ୍ଧିତ ଖବର