୨ଟି କ୍ଲେମର ପାଇପ ବୋମା ଉଦ୍ଧାର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯବାନ ଦୁଇଟି କ୍ଲେମର ପାଇପ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଜିଲ୍ଲା ପୁଲିସ ଏବଂ ଆଇଟିବିପି ଯବାନ କହକମେଟା ଗ୍ରାମ ଠାରୁ କୁନ୍ଦଲା ଗ୍ରାମ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରୁଥିବା ବେଳେ କହକମେଟା ଠାରୁ ମାତ୍ର ଦେଢ କିଲୋମିଟର ଯିବା ପରେ ଟେକରି ଗ୍ରାମ ନିକଟରେ ରାସ୍ତା କଡରେ କପଡା ଘୁଡାଇ ରଖାଯାଇଥିବା ଯବାନ ଦେଖିବାକୁ ପାଇଥିଲେ। ତୁରନ୍ତ ଯବାନ ସେହି ଅଞ୍ଚଳକୁ ଘେରି କପଡାଟିକୁ ହଟାଇଥିଲେ। ତେବେ ଏହା ପୂର୍ବରୁ ଯବାନ ପୁଲିସକୁ ଖବର ଦେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ କହିଥିଲେ।

Sambad

ତେବେ କପଡା ହଟିବା ପରେ ସେଠାରେ ଦୁଇଟି କ୍ଲେମର ପାଇପ ବୋମା ରହିଥିବା ଯବାନ ଦେଖିବାକୁ ପାଇଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇଥିଲା। ଘଟଣାସ୍ଥଳରେ ହିଁ ଏହି ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ଏହି ଦୁଇଟି ବୋମା ୧୦ କିଲୋ ଲେଖାଏଁ ଓଜନର ଥିଲା ବୋଲି ପୁଲିସ କହିଛି। ତେବେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଏଠାରେ ଏହି ବୋମାକୁ ଖଞ୍ଜିଥିଲେ। ତେବେ କୌଣସି ଅଘଟଣ ପୂର୍ବରୁ ଯବାନ ଏହାକୁ ଅସଫଳ କରିଥିଲେ। ଏହି ଅଞ୍ଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ।

ସମ୍ବନ୍ଧିତ ଖବର