ଗଞ୍ଜେଇ ଚାଲଣ ବେଳେ ଦୁଇ ବଙ୍ଗୀୟ ଯୁବକ ଗିରଫ, ୨୨କେଜି ଗଞ୍ଜେଇ ଜବତ

ଯାଜପୁର: ବେଆଇନ ଗଞ୍ଜେଇ ଚାଲଣ ଯାଞ୍ଚ ବେଳେ ଯାଜପୁର ରେଞ୍ଜ ଅବକାରୀ ବିଭାଗକୁ ଏକ ସଫଳତା ମିଳିଛି। ୨୨କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ବଙ୍ଗୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳୁ ଅବକାରୀ ବିଭାଗର ଏକ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଯାଜପୁର କୁଆଖିଆ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲେ। ଫଳରେ ସେଠାରୁ ଦୁଇ ଜଣ ବଙ୍ଗୀୟ ଯୁବକଙ୍କ ନିକଟରୁ ୨୨କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେମାନେ କୁଆଖିଆରୁ ଗଞ୍ଜେଇ ନେଇ କୋଲକାତାକୁ ବେପାର ଉଦ୍ଦେଶ୍ୟରେ ଯାଉଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ଗିରଫ ଯୁବକ ଦ୍ବୟ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଭାଡେଶ୍ବର ଥାନା ଅଞ୍ଚଳର ରଂଜିତ ରାୟ(୩୯) ଓ ଟୁକାଇ ପାତ୍ର(୨୮)। ଉଭୟ କୋଲକାତାରେ ଗଞ୍ଜେଇ ବ୍ୟବସାୟ କରୁଥିବା ଜଣାଯାଇଛି।

ଗିରଫ ଯୁବକ ଦ୍ବୟଙ୍କୁ ଅବକାରୀ କେସ ନଂ ୨୮/୨୦୧୦-୨୦ରେ କୋର୍ଟ ଚାଲଣ କରାଯାଇଛି। ସୁପରିଟେଣ୍ଡେଣ୍ଟ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଇନସପେକ୍ଟର ସ୍ବପ୍ନାରାଣୀ ସାହୁ, ବିଜୟ ଲକ୍ଷ୍ମୀ ଦାସ, କ୍ଷୀରୋଦ କୁମାର ସାହୁ, ବିପିନ କୁମାର ପ୍ରଧାନ, ଗୟାଧର ସେଠୀ, ସରୋଜ ବେହେରା ଓ ସ୍ବର୍ଣ୍ଣଲତା ଦାସ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର