ସମ୍ବଲପୁର: ଗତ ଅକ୍ଟୋବର ମାସରେ କ୍ଷେତାରାଜପୁର ଥାନା ଧର୍ମଶାଳା ଗଳିର ବିତେଶ କୁମାର ଅଗ୍ରଵାଲଙ୍କ ରେମେଡ ଗୋପାଲପାଲି ଛକରେ ଥିବା କୀଟନାଶକ ଗୋଦାମରୁ ଚୋରି ହୋଇଥିଲା। ଏ ନେଇ ଅକ୍ଟୋବର ୨୫ ତାରିଖରେ ବିତେଶ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋଦାମରୁ ପାଖାପାଖି ୨୦ ଲକ୍ଷ ଟଙ୍କା ମୂଲ୍ୟର କୀଟନାଶକ ଓ ୧୦ ହଜାର ଟଙ୍କା ଚୋରି ହୋଇଥିଲା ବୋଲି ଅଭିଯୋଗରେ ଉଲ୍ଲେଖ କରିଥିଲେ।
ଏହି ମାମଲାରେ ଅଇଁଠାପାଲି ପୁଲିସ ୨ ଭାଇଙ୍କୁ ଗିରଫ କରିବା ସହ ପ୍ରାୟ ୧୮ ଲକ୍ଷ ଟଙ୍କା ମୂଲ୍ୟର କୀଟନାଶକ ଜବତ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ରେମେଡ୍ର ଶ୍ୟାମ ପରିଡ଼ା(୨୬) ଓ ତାର ବଡ଼ଭାଇ ଗୋପାଳ ପରିଡ଼ା(୨୮)। ଉଭୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/WhatsApp-Image-2021-11-18-at-8.32.25-PM.jpeg)