କାଳିଆପାଣି:ଯାଜପୁର ଜିଲ୍ଲା କାଳିଆପାଣି ଥାନା କଂସ ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ଗାଁରେ ଆଜି ଦୁଇ ରକ୍ତ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ଗୁଳି ଫୁଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ରବି ହୁରାଦ ଗୁଳି ମାଡ଼ରେ କକାପୁଅ ଭାଇ ସୁନ୍ଦର ହୁରାଦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଫେରାର ଥିବା ବେଳେ ତା’ ବାଡ଼ି ପଛ ବାଉଁଶ ବୁଦାରୁ ଏକ ଦେଶୀ ଠେସା ବନ୍ଧୁକ ଜବତ ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ସୁନ୍ଦରଙ୍କୁ କୋଇପଶି ଟ୍ରକ ମାଲିକ ସଂଘ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/f3d5844a-d152-40e8-a0b4-a078407354bb-1.jpg)